ଗଞ୍ଜାମ/ବୁଗୁଡା,୧୭/୦୫ (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ଆଇଆରପିଏମ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ସଙ୍କୁରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୭/୫/୨୬ ତାରିଖ ଦିନ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଆରପିଏମ ବିଭାଗର ଚତୁର୍ଥ ସେମିଷ୍ଟାରର ୪୫ ଜଣ ଛାତ୍ରଛାତ୍ରୀମାନେ ସଙ୍କୁରୁ ଗ୍ରାମ ପଞ୍ଚାୟତର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ସହଯୋଗରେ ଅନୁଧ୍ୟାନ କରି ବିବରଣୀ ପ୍ରସ୍ତୁତ କରିବେ। ଆଇଆରପିଏମ ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀଙ୍କ ତତ୍ତ୍ବାବଧାନରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଥମ ଦିନର କାର୍ଯ୍ୟକ୍ରମରେ କଲେଜର ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ କଲେଜ ଆଇକିୟୁଏସି ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଆଇଆରପିଏମ ବିଭାଗର ଅଧ୍ୟାପିକା ସୁରାଜିତା କୁମାରୀ ସାହୁ, ସଙ୍କୁରୁ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ରାଉତ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଳୀୟ ସାମଲ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରିବାକୁ ସରପଞ୍ଚ ଶ୍ରୀ ରାଉତ ଓ ପିଇଓ ନିର୍ଭର ପ୍ରତିଶୃତି ଦେଇଥିଲେ।
ପିପୁଲ୍ସ କଲେଜର ଆଇଆରପିଏମ ବିଭାଗର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ
Sunday, May 17, 2026
0