ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମଙ୍ଗଳ ଭବନ ଠାରେ ଆୟୋଜିତ ହୋଇଥିବା କୋଶଳ ଟାଇମ୍ସ ନିୟୁଜ ର ରାଜ୍ୟ ସ୍ତରୀୟ ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ସକ୍ରିୟ ସ୍ଵେଚ୍ଛାସେବୀ ସଙ୍ଗଠନକୁ ସମ୍ବର୍ଦ୍ଧନା ପାଇଁ ନିମନ୍ତ୍ରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍, କଳାହାଣ୍ଡି ପରିବାରକୁ ମଧ୍ୟ ପ୍ରତ୍ୟେକ ଦିନର ସେବା କାର୍ଯ୍ୟକୁ ଦେଖୁ ସମ୍ମାନିତ କରିବା ପାଇଁ ବିବେଚିତ କରି ନିମନ୍ତ୍ରଣ କରାଯାଇଥିଲା । ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଉମାକାନ୍ତ ସୁନାନୀ ଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ସଂଗ୍ରାମ କମପାନ, ଉପ- ସଭାପତି ଭୋଲା ଶଙ୍କର ପାତ୍ର, ସମ୍ପାଦକ ରିଙ୍କୁ ମଙ୍ଗରାଜ ସହ ସମ୍ପାଦକ ଧନୁର୍ଜୟ ବାଗ ଓ କୋଷାଧ୍ୟକ୍ଷ ରମେଶ ସାଗର ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ଯରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ମାନ୍ୟଗଣ୍ୟ ଅତିଥି ମାନଙ୍କ ଦ୍ବାରା ଉତ୍ତରୀୟ ଓ ମାନପତ୍ର ପ୍ରଦାନପୂର୍ବକ ସଙ୍ଗଠନର ଉପସ୍ଥିତ କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମାଜିକ ସଙ୍ଗଠନ ସହିତ ସମ୍ମନ୍ବୟ ରକ୍ଷା କରି ସେବା କାର୍ଯ୍ୟକୁ ବ୍ୟାପକ କରିବାର ମାଧ୍ୟମ ହେବ ବୋଲି ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍, କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶାନ୍ତି ମାଝୀ ମତପ୍ରକାଶ କରିଛନ୍ତି ।
ରାଜ୍ୟ ସ୍ତରୀୟ "ସେବା ରତ୍ନ" ରେ ସମ୍ମାନିତ ହେଲା "ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍", କଳାହାଣ୍ଡି ପରିବାର
Monday, October 27, 2025
0
Tags

