ଅସ୍ତରଙ୍ଗ (୫/୧୧ ଅଲେଖ ବିଶ୍ଵାଳ ) ଅସ୍ତରଙ୍ଗ ଉପକୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେରେ ପୀର ଜାହାନିଆଁ ବେଳାଭୂମୀରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଓ ଦୁଇ ଦିନିଆବାଲିଯାତ୍ରା ଆରମ୍ଭ ହୋଇଯାଇଛି ।ଏହି ଅବସରରେ ଆୟୋଜିତ "ପୀର ଜାହାନିଆଁ ବୋଇତ ବନ୍ଦାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ"ମଧ୍ୟ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ଛୁରିଅନା ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ଷୀରୋଦ କାଣ୍ଡି ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ଶୋଭାକର ବେହେରା, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଥାନା ନିରୀକ୍ଷକ ଦୁର୍ଗାଚରଣ ମହାପାତ୍ର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ଲକ୍ଷ୍ୟ ଗ୍ରାମାଞ୍ଚଳର ପାରମ୍ପରିକ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଗ୍ରାମଞ୍ଚଳର ନବ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସେହିପରି ହଜାର ହଜାର ଭକ୍ତଙ୍କ ଗହଣରେ ବୁଧବାର ଓ ଗୁରୁବାର ଦୁଇ ଦିନ ବ୍ୟାପି ପୀରଜାହାନିଆଁ ବାଲିଯାତ୍ରା ଆରମ୍ଭ ହୋଇଛି ।ଶ୍ରଦ୍ଧାଳୁ ମାନେ ପ୍ରାତଃ କାଳରେ ସମୁଦ୍ରରେ ବୁଡ଼ ପକାଇ ଥିଲେ।ସର୍ବଧର୍ମ ସମନ୍ୱୟ ପୀଠରେ ଥିବା ପିର ଜାହାନିଆଁ ମନ୍ଦିରରେ ଶ୍ରଦ୍ଧାଳୁମାନେ ମାନସିକ ରଖି ପୂଜାର୍ଚ୍ଚନା କରିଥିଲେ।ପୀର ବାବାଙ୍କ ପାଖରେ ଗୁଡ ଖଇ ଭୋଗ କରି ମାନସିକ ପତାକା ଉଡାଇଥିଲେ। ବେଳାଭୂମି ଯଜ୍ଞ ମହୋତ୍ସବ ସମିତି ଆୟୋଜିତ ରେ ବେଳାଭୂମିରେ ଯଜ୍ଞ କରି ସମୁଦ୍ର ଆଳତୀ କରିଥିଲେ।ଅସ୍ତରଙ୍ଗ,କାକଟପୁର,ନିମାପଡା,ନିଆଳୀ ପ୍ରଭୃତି ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ପହଞ୍ଚି ବାବା ପୀରଙ୍କ ସାନିଧ୍ୟ ଲାଭ କରିଥିଲେ ।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
୨ଦିନ ବ୍ୟାପି ଅନୁଷ୍ଠିତ ପୀରଜାହାନିଆ ବାଲିଯାତ୍ରାରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ସମସ୍ୟାକୁ ସୁପରିଚାଳନା କରିବା ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ଦୁର୍ଗାଚରଣ ମହାପାତ୍ର ଦାୟିତ୍ୱରେ ରହିଥିଲେ। ସମୁଦ୍ରରେ ଅଘଟଣ ନ ଘଟିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଦୃଷ୍ଟି ରଖାଯାଇଥିଲା। ଶାନ୍ତିଶୃଙ୍ଖଳା ଦାୟିତ୍ୱ ରେ ୭ ଜଣ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା। ନିମାପଡା ସବ ଡିଭିଜନର ସମସ୍ତ ପୁଲିସ ଅଧିକାରୀ ଅଗ୍ନିଶମ ଅଧିକାରୀ ମାନେ ସମୁଦ୍ରକୂଳରୁ କଣମଣ ବ୍ରିଜ ପର୍ଯ୍ୟନ୍ତ ପୁଲିସ ମୁତୟନ କରାଯାଇଛି। ସ୍ବାସ୍ଥ୍ୟ ଶିବିର,ସୂଚନା କେନ୍ଦ୍ର, ବିଦ୍ୟୁତ ବିଭାଗର ଷ୍ଟଲ ଖୋଲା ଯାଇଥିଲା। ଗୁରୁବାର ଦିନ ବାଲିଯାତ୍ରା ଶେଷ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ତାଳଦା ଓ ତରାସାହି ପଞ୍ଚାୟତ ର ମିଳିତ ଆୟୋଜନ ରେ ଦ୍ୱିତୀୟ ବର୍ଷ ଦେବୀ ନଦୀରେ ବୋଇତ ବନ୍ଦାଣ ଓ ନଦୀ ପଠାରେ ବାଲିଯାତ୍ରା ପ୍ରତାପ ପରିଡା ଓ ରବି ମଲିକ ଙ୍କ ପ୍ରଚେଷ୍ଟା ରେ ସଭାପତି ବିଜୟ ପଢ଼ିଆରୀ ଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି। ଏହି ଯାତ୍ରା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ ବୋଲି ମୁଖ୍ୟ ପ୍ରତାପ କୁମାର ପରିଡା କହିଛନ୍ତି। ସେହିପରି ସ୍ୱପ୍ନେଶ୍ଵର ସିରିଡି ସାଇନାଥ ଙ୍କ ୧୮ ତମ ଯଜ୍ଞ ମହୋତ୍ସବ ରେ ସମାଜସେବୀ ତଥା ଯୁବ ଉଦ୍ୟୋଗ ପତି ଜଗନ୍ନାଥ ବେହୁରା ଙ୍କୁ ଉତ୍ତରୀୟ ଦେଇ ଶିରିଡି ସାଇ ସେବା ସଂସ୍ଥାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।


