ଗୋଚର ଜମିକୁ ଅକ୍ତିଆର କରୁଛନ୍ତି ଜମି ମାଫିଆ

ଆଜତକ ଓଡ଼ିଶା
0



ତୁରେକେଲା : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ଥିବା ନିଉ କଣ୍ଟାବାଞ୍ଜି ଅପୋଇଟମେଣ୍ଟ ନିକଟସ୍ଥ ଗୋଚର ଜମି ଉପରେ ଜମି ମାଫିଆଙ୍କ ଅବୈଧ ଅକ୍ତିଆର ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ଥାନୀୟମାନଙ୍କ କହିବା ଅନୁସାରେ, ଗାଁର ସାଧାରଣ ଲୋକଙ୍କ ଗୋୟାଳି ପାଇଁ ବ୍ୟବହୃତ ହେଉଥିବା ଗୋଚର ଜମିରେ କିଛି ଜମି ମାଫିଆ ଅବୈଧ ଭାବେ ପାଚରୀ ନିର୍ମାଣ କରୁଛନ୍ତି। ଗ୍ରାମବାସୀମାନେ ମନା କଲେ ମଧ୍ୟ ସେମାନେ ଏହି ଅବୈଧ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଅଭିଯୋଗ ଆସିଛି। ଗ୍ରାମବାସୀମାନେ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରି, ଗୋଚର ଜମିକୁ ସୁରକ୍ଷା ଦେବା ଓ ଅବୈଧ ନିର୍ମାଣ ଅବିଳମ୍ବ ରୋକିବା ପାଇଁ ଆହ୍ୱାନ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default