ସିନ୍ଧେକେଲାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ପାଳିତ

ଆଜତକ ଓଡ଼ିଶା
0


ସିନ୍ଧେକେଲା,୫/୧୧ : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲାରେ ସାମାଜିକ ଓ ଧାର୍ମିକ ଭାବନା ସହ ଜଡିତ ପର୍ଵ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଭୋର ସକାଳ ୨-୩ ବଜେ ଠାରୁ ସିନ୍ଧେକେଲାର ଉନ୍ଦେର ନଦୀ , ପବିତ୍ର ବାଣୀବଘାର ପୁଷ୍କରିଣୀ ସମେତ ଅନ୍ୟାନ୍ୟ ପୋଖରୀ ମାନଙ୍କରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କାଗଜ ଓ କଦଳୀ ଗଛରେ ତିଆରି ଡଙ୍ଗାରେ ପ୍ରଜ୍ବଳିତ ଦୀପ ଲଗାଇ ପାଣିରେ ଭସାଇବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସକାଳୁ ସ୍ଥାନୀୟ ଶିବ ମନ୍ଦିର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମନ୍ଦିର ମାନଙ୍କରେ ପ୍ରବଳ ଭିଡ ଲାଗି ରହିଥିଲା । ସୂଚନାଯୋଗ୍ୟ ଯେ ପୁରାତନ କାଳରୁ ଲୋକଙ୍କ ବିଶ୍ୱାସ ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋର ସକାଳୁ ସ୍ନାନ କରି ଦେବ ଦର୍ଶନ କଲେ ସକଳ ପାପ ସବୁ ନାଶ ହୋଇଥାଏ । ବିଶେଷ କରି ସ୍ଥାନୀୟ ଶିବ ମନ୍ଦିର ଓ ଦ୍ୱାରସେହ୍ନି ମନ୍ଦିରରେ ଲୋକେ ଦର୍ଶନ କରିବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ । ଏହା ପୂର୍ବରୁ କାର୍ତ୍ତିକ ମାସ ପ୍ରାରମ୍ଭରୁ ଲୋକେ କାର୍ତ୍ତିକ ବ୍ରତ ପାଳନ କରିବା ସହ ଭୋର ରୁ କାର୍ତ୍ତିକ ସ୍ନାନ କରୁଥିଲେ । ଏହି ଉପଲକ୍ଷେ ସ୍ଥାନୀୟ ସାହୁପଡା ପ୍ରହରୀ ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ଜାଗାରେ କାର୍ତ୍ତିକ ପୁରାଣର ଆୟୋଜନ କରାଯାଇଥିଲା । ପରେ ଗ୍ରାମର ବିଭିନ୍ନ ସ୍ଥାନରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default