ମାରୱାଡ଼ି ଯୁବା ମଞ୍ଚ ଓ ରେଳ ସୁରକ୍ଷା ବଳ ତରଫ ରୁ ଥଣ୍ଡା ପାଣି ବଣ୍ଟନ
Sunday, May 17, 2026
0
କଣ୍ଟାବାଞ୍ଜି, (ବ୍ୟୁରୋ) ବର୍ତ୍ତମାନ କଣ୍ଟାବାଞ୍ଜି ର ତାପମାନ ୪୫ ଡିଗ୍ରୀ ହୋଇଛି, ଓ ଲୋକ ଥଣ୍ଡା ପାଣି ପାଇଁ ଡହଳ ବିକଳ ହେଉଛନ୍ତି, ଏହାକୁ ଦୃଷ୍ଟି ରେ ରଖି ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫ ରୁ ସ୍ଥାନିୟ ରେଲୱେ ଷ୍ଟେସନ ପରିସର ରେ ଥଣ୍ଡା ଆରଓ ପାଣି ବଣ୍ଟନ ଆରମ୍ଭ କରିଛନ୍ତି, ଯାତ୍ରୀ ମାନ ଙ୍କୁ ଥଣ୍ଡା ପାଣି ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ ର ହାତ ବଢ଼ାଇଛି କଂଟାବାଞ୍ଜି ରେଲୱେ ସୁରକ୍ଷା ବଳ ଜବାନ । ଯାତ୍ରୀ ମାନେ ଏହି ପ୍ରବଳ ଖରା ରେ ଥଣ୍ଡା ପାଣି ପାଇଁ ବହୁତ ଖୁସୀ ହୋଇଥିବା ବେଳେ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ଓ ରେଲୱେ ସୁରକ୍ଷା ବଳ କଣ୍ଟାବାଞ୍ଜି ଟିମ୍ କୁ ଧନ୍ୟବାଦ୍ ଜଣାଇଛନ୍ତି। ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ସଭାପତି ମହେଶ ଅଗ୍ରୱାଲ, ଆଶିଷ ଖେତାନ,ନବନିତ୍ ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, ଶଶାଙ୍କ ଜୈନ, ହେମନ୍ତ ଅଗ୍ରୱାଲ, ମନୀଷ ଜୈନ, ଅଖିଳ ଅଗ୍ରୱାଲ, ବିକାଶ ଜୈନ ସହ କଂଟାବାଞ୍ଜି ରେଲୱେ ଷ୍ଟେସନ ପ୍ରବନ୍ଧକ ପ୍ରଦୀପ କୁମାର, ରେଲୱେ ସୁରକ୍ଷା ବଳ କଣ୍ଟାବାଞ୍ଜି ପୋଷ୍ଟ ରୁ ଏସ ଆଇ ଏସ ସି ପଣ୍ଡା, ଏ ଏସ ଆଇ ପ୍ରେମାନନ୍ଦ ଭାଟି, ଜବାନ ସୁନୀଲ କୁମାର ସହ ସମାଜସେବୀ ହଣି ସିଂହ, ରବି ଶର୍ମା ସହ ଅନ୍ୟମାନେ ଉପସ୍ଥିତ ଥିଲେ

