ଲାଠୋର ପୋଲିସ ଏବଂ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଦାଦନ ଶ୍ରମିକ ଉଦ୍ଧାର; ଜଣେ ଗିରଫ

ଆଜତକ ଓଡ଼ିଶା
0

ବଲାଙ୍ଗିର ୧୧/୧୨ (ଗଣେଶ ଦାସ) ଗତକାଲି ବିଳମ୍ବିତ ରାତିର ଏକ ମିଳିତ ଅଭିଯାନରେ ଲାଠୋର ଥାନା ପୋଲିସ ଏବଂ ଶ୍ରମ ବିଭାଗ କର୍ମଚାରୀ ଲାଠୋର (ହରିଶଙ୍କର) ରେଳ ଷ୍ଟେସନ ନିକଟରୁ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବାରୁ ପାଞ୍ଚ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି । ଲାଠୋର ପୋଲିସ ସୂଚନାନୁଯାୟୀ, ଶ୍ରମିକ ମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ଏବଂ ତୁର୍ଲା ଗ୍ରାମର । ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୨ ମହିଳା ଥିବା ବେଳେ ୩ ଜଣ ପୁରୁଷ ଅଛନ୍ତି । ପୋଲିସ ମଧ୍ୟସ୍ଥି ଦାଦନ ଦଲାଲ ଅଭିଯୁକ୍ତ ଦାରାସିଂ ବେହେରା(୩୭)କୁ ଗିରଫ କରି କେଶ ନଂ. ୨୯୩/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଲାଠୋର ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default