ଝରୀଗାଁ ବ୍ଲକ ସ୍ତରୀୟ ମଣ୍ଡେଇ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ଝରୀଗାଁ ୧୧/୧୨ (ବୁଦୁରାମଗଣ୍ଡ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରେ ଆଜି ବ୍ଲକ ସ୍ତରୀୟ ମଣ୍ଡେଇ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମ ର ଇଷ୍ଟ ଦେଵୀ କୁ ମା ଟାକୁରାଣୀଙ୍କ ମନ୍ଦିର ରୁ ପୂଜା ଅର୍ଚନା ସାରି ବିରାଟ ଶୋହଭାଯାତ୍ରା ବାହାରିଥିଲେ। ଏତିରେ ଆଦିବାସୀ ନୃତ୍ୟ, ବନବାଡି, ଘୁମୁରା, ମଦଳୀ ନାଚ ତାଳେ ତାଳେ ସମସ୍ତ ଜନପ୍ରତିନିଧି, ସରକାରୀ କର୍ମଚାରୀ ପ୍ରମୁଖ ସାମିଲ ହୋଇ ଝରୀଗାଁ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଟାରେ ସ୍ଥାପନହୋଇଥିଲା। ବିଡିଓ ମଧୁସୂଦନ ମାଝୀ ଙ୍କ ତତ୍ୱାବଧାନରେ ଝରୀଗାଁ ବିଧାୟକ ନରସିଂ ଭତ୍ରା ବ୍ଲକ ଅଧ୍ଯକ୍ଷା ଦୁର୍ଗା ପ୍ରସାଦ ମାଝୀ, ସାଂସଦ ପ୍ରତିନିଧି, ଚନ୍ଦ୍ର ଭାନୁ ନାୟକ, ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ମଣ୍ଡେଇ ଉଘାଟନ କରିଥିଲେ। ଝରୀଗାଁ ବ୍ଲକ ଅଧ୍ଯକ୍ଷା ଦୁର୍ଗା ପ୍ରସାଦ ମାଝୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଝରୀଗାଁ ବିଧାୟକ ଶ୍ରୀ ନରସିଂ ଭତ୍ରା ଯୋଗ ଦେଇଥିବା ବେଲେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ଜିଲ୍ଲା ପରିଷଦ ଯୋମୁନା ଗଣ୍ଡ, ତ୍ରିମିଲାପୂଜାରୀ,ଏବଂ ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ ସରପଞ୍ଚ ପ୍ରମୁଖ ଯୋଗ ଦେଇ ଆଦିବାସୀ ସଂକୃତି ପରମ୍ପରା ପ୍ରତିଭାକୁ ଲୋକ ଲୋଚ଼ନକୁ ଆଣି ବିକଶିତ ଓ ସଂରକ୍ଷଣ କରିବା ମଣ୍ଡେଇ କାର୍ଯ୍ୟକ୍ରମ ରେ ମୁଖ୍ଯ ଉଦ୍ଦଶ୍ଯ ମତ ଦେଇଥିଲେ।ଅଥିତି ମାନଙ୍କ ଦ୍ଵାରା ଝରୀଗାଁ ବ୍ଲକ ନାଟଗୁରୁ ସଂଘର ସଭାପତି ଡ଼ମୁ ପନକା, ଉପ ସଭାପତି ଭୂଜବଗୌଡ଼, ନବରଙ୍ଗପୁର ଜିଲ୍ଲାର ପ୍ରଭାରୀ ଲଷ୍ମୀନାରାୟଣ ଗଣ୍ଡା, ଟିପାଗୁଡା, ଧାରନାବେଡ଼ା, କୋଇଁଗାଁ ଗ୍ରାମ ଗୋଟି ବାଜା କୁ ମାନପତ୍ର ପ୍ରଧାନସୋହ ସମ୍ବଦ୍ଧି କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରକୁ ଝରୀଗାଁ ଏପିଓ ଦେବେନ୍ଦ୍ର ବେହେରା, ପରିଚାଳନା କରି ତିଳେ।ଝରୀଗାଁ ବ୍ଲକ ପ୍ରଶାନ ପକ୍ଷରୁ ବିଭିନ୍ନ ଭିବାଗ ରୁ ଷ୍ଟଲ ଖୋଲା ଯାଇ ସଚେନତା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ଝରୀଗାଁ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ। 

ଝରୀଗାଁ ରୁ ବୁଦୁରାମଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default