ସିକ୍ୟୁରିଟୀ ଗାର୍ଡ ସ୍ୱର୍ଗତ ଲଘୁତମ ସାହୁ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକଙ୍କ ସୂଚନା ପ୍ରଦାନ

ଆଜତକ ଓଡ଼ିଶା
0

ନୂଆପଡା : (ବୀରବଲ ପ୍ରଧାନ)
ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକ ଏକ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ଗତକାଲି ମୃତ୍ୟବରଣ କରିଥିବା ସିକ୍ୟୁରିଟୀ ଗାର୍ଡ ଲଘୁତମ ସାହୁ, ପଲସାଗୁଡା, ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା ର ବାସିନ୍ଦା ଥିଲେ । ସେ ଗତ ୧୫ ବର୍ଷ ଧରି ଏହି ଡାକ୍ତରଖାନା ରେ ବିଭିନ୍ନ ଆଉଟ୍ ସୋର୍ସିଂ ସଂସ୍ଥା ମାଧ୍ୟମରେ କାମ କରୁଥିଲେ । ଗତ ଫେବୃଆରୀ ମାସରୁ ସେ କେଆର ସିକ୍ୟୁରିଟୀ ଏଣ୍ଡ ଏଲାଇଡ ସର୍ଭିସ୍ ସଂସ୍ଥା ଦ୍ଵାରା ପୁନଃ ନିଯୁକ୍ତ ହୋଇଥିଲେ । ସେ ଫେବୃଆରୀ ମାସରେ କାମ କରିଥିବା ୨୩ ଦିନର, ମାର୍ଚ୍ଚ ମାସରେ ୧୬ ଦିନର ଦରମା ପାଇଥିଲେ । ଏପ୍ରିଲ୍ ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ କର୍ତ୍ତୃପକ୍ଷ ଙ୍କ ବିନା ଅନୁମତିରେ ଛୁଟିରେ ରହିଥିବାରୁ ଏ ସମୟରେ ତାଙ୍କର ଦରମା ହୋଇନାହିଁ । ଏହାପରେ ସେ ସେପ୍ଟେମ୍ବର ମାସରେ ୨୪ ଦିନ ଏବଂ ଅକ୍ଟୋବର ମାସରେ ୨୨ ଦିନ କାମ କରିଛନ୍ତି । କିନ୍ତୁ ଏହି ଦୁଇ ମାସର ଦରମା ହୋଇନଥିବାରୁ ଉକ୍ତ ସଂସ୍ଥା ତାଙ୍କୁ ଏହା ଦେଇନଥିଲା । ଏହି ଅଭାବନୀୟ ଘଟଣାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନ୍ତେଷ୍ଟୀକ୍ରିୟା ପାଇଁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ତତ୍କାଳୀନ ସହାୟତା ବାବଦରେ ୨୦ ହଜାର ଟଙ୍କା ସ୍ୱର୍ଗତ ସାହୁଙ୍କ ପତ୍ନୀଙ୍କୁ ମଞ୍ଜୁର କରିଛନ୍ତି । ଏହା ସହିତ ନିଯୁକ୍ତିଦାତା ସଂସ୍ଥା କେଆର ସିକ୍ୟୁରିଟୀ ଏଣ୍ଡ ଏଲାଇଡ ସର୍ଭିସ୍ ତାଙ୍କୁ ଦୁଇ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏହି ଅପମୃତ୍ୟୁ ଘଟଣା ଏଵଂ ଏହାର କାରଣ ସମ୍ବନ୍ଧରେ ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଉପ ନିର୍ଦ୍ଦେଶକ ଜିଲ୍ଲା ପରିଷଦ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏବଂ ତହସିଲଦାର ନୂଆପଡା ସଦସ୍ୟ ରହିବେ । କମିଟି ସ୍ୱର୍ଗତ ସାହୁଙ୍କ ସହ ଜଡ଼ିତ ବିଭିନ୍ନ ବ୍ୟକ୍ତି ଏବଂ ସଂସ୍ଥାକୁ ପଚରାଉଚରା କରି ସାତ ଦିନ ଭିତରେ ଏହି ଅପମୃତ୍ୟୁର କାରଣ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default