ଭବ୍ୟ ଝାଙ୍କି ସହିତ ଲଡ୍ଡୁଗାଁରେ ଭଗବାନ ମହାବୀର ଜନ କଲ୍ୟାଣକ ଦିବସ ପାଳିତ

ଆଜତକ ଓଡ଼ିଶା
0

ଲଡ୍ଡୁଗାଁ : ଭଗବାନ ମହାବୀର ଜନ କଲ୍ୟାଣକ ଦିବସ ଅବସରରେ ଲଡ୍ଡୁଗାଁରେ ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମୁନିଶ୍ରୀ ହିମାଂଶୁ କୁମାର ଜୀ ଓ ମୁନିଶ୍ରୀ ହେମନ୍ତ କୁମାର ଜୀଙ୍କ ପବିତ୍ର ସାନ୍ନିଧ୍ୟରେ ସମ୍ପନ୍ନ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଶ୍ରାବକ-ଶ୍ରାବିକା ଯୋଗଦେଇ ପୁଣ୍ୟ ଲାଭ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭ ନମସ୍କାର ମହାମନ୍ତ୍ର ଉଚ୍ଚାରଣ ସହିତ ହୋଇଥିଲା। ପରେ ମହାବୀର ଠାରୁ ଶିଖ ଜୀବନ ପ୍ରବନ୍ଧନ ବିଷୟ ଉପରେ ମୁନିଶ୍ରୀମାନେ ଭଗବାନ ମହାବୀରଙ୍କ ଜୀବନ ଦର୍ଶନ, ଅହିଂସା, ସତ୍ୟ, ଅପରିଗ୍ରହ ଓ କରୁଣା ବିଷୟରେ ଉପଦେଶ ଦେଇ ସମସ୍ତଙ୍କୁ ଏହି ମୂଲ୍ୟବୋଧ ଅନୁସରଣ କରିବାକୁ ପ୍ରେରିତ କରିଥିଲେ। ସମାରୋହରେ ସ୍ୱାଗତ ଭାଷଣ ଲଡୁଗାଁ ର ଦୁର୍ଗା ପ୍ରସାଦ ଅଗ୍ରୱାଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଧାର୍ମିକ କାର୍ଯ୍ୟକଳାପ ଓ ଭକ୍ତିମୟ କାର୍ଯ୍ୟସୂଚୀ ଆୟୋଜିତ ହୋଇଥିଲା, ଯାହାରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଇଥିଲା। ଏହି ଅବସରରେ ଭବାନୀପାଟଣା, କେସିଙ୍ଗା, ନବରଙ୍ଗପୁର, ସିନାପାଳି, ବଲାଙ୍ଗିର, କାଣ୍ଟାବାଞ୍ଜି, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସିନ୍ଧେକେଲା ଆଦି ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରାବକ-ଶ୍ରାବିକାମାନେ ଯୋଗଦେଇଥିଲେ । ଅହିଂସା ରେଳିରେ ବିଶେଷ ଆକର୍ଷଣ ଭାବେ ଭଗବାନ ମହାବୀର ସ୍ୱାମୀ, ଚନ୍ଦନବାଳା ଆଦିଙ୍କ ଭବ୍ୟ ଝାଙ୍କି ବାହାରିଥିଲା, ଯାହା ଦେଖିବା ପାଇଁ ଭକ୍ତମାନଙ୍କ ଭିଡ଼ ଲାଗିଥିଲା ଓ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।କାର୍ଯ୍ୟକ୍ରମକୁ ସଫଳ କରିବାରେ କେସିଙ୍ଗା ତେରାପଂଥ ସଭା ଅଧ୍ୟକ୍ଷ ରାମକୁମାର ଜୈନ ଓ ସମ୍ପାଦକ ନନ୍ଦକିଶୋର ଜୈନଙ୍କ ବିଶେଷ ଅବଦାନ ରହିଥିଲା, ଯାହାକୁ ସମସ୍ତେ ପ୍ରଶଂସା କରିଥିଲେ। ଶେଷରେ ପୂନମ ଜୈନଙ୍କ ଦ୍ୱାରା ଆଭାର ଜ୍ଞାପନ କରାଯାଇଥିଲା। ସେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସମାଜର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମରେ ଭକ୍ତି ଓ ଆଧ୍ୟାତ୍ମିକତାର ଅନୁଭୂତି ଦେଖିବାକୁ ମିଳିଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default