ଭୁବନେଶ୍ବରରେ ଆଉ ଗଡ଼ିବନି ମେଟ୍ରୋ; ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହ ଚୁକ୍ତି ବାତିଲ

ଆଜତକ ଓଡ଼ିଶା
0


ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ ): ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ । ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ । ସରକାର ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ମେଟ୍ରୋ ପ୍ରକଳ୍ପ ନିଶ୍ଚିତ ହେବ । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଏଥିସହ ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କହିଛନ୍ତି ମେଟ୍ରୋକୁ ନେଇ ଯେଉଁ ଚୁକ୍ତି ହୋଇଥିଲା ଏହା ଫଲଟି କଣ୍ଟ୍ରାକ୍ଟ। ଯେଉଁଠି ମେଟ୍ରୋ ହେଇଛି ସେଠି କେନ୍ଦ୍ର ସରକାରଙ୍କ ସହାଭାଗିତାରେ ହୋଇଛି। ଗତ ସରକାର ସମୟ ରେ ମେଟ୍ରୋ ପାଇଁ ଯେତବେଳେ ବ୍ୟବସ୍ଥା କଲେ ସେତବେଳେ ଜାଣିଶୁଣି କେନ୍ଦ୍ର ସରକାରଙ୍କ ସହଭାଗିଥା ନ ନେଇକି ରାଜ୍ୟ ଯୋଜନାରୁ କରିବେ ବୋଲି ବସିଥିଲେ। ମେଟ୍ରୋର ପାଇଁ ଯେଉଁ ଯୋଜନା ହୋଇଛି, ଏବେ କଲେ କ୍ଷତି ହେବ। ଆଗାମୀ ଦିନରେ ସରକାର ଯେ କୌଣସି ସମୟରେ ନିଷ୍ପତ୍ତି ନେବେ।ଏହାର ପାଲଟା ଜବାବ ଦେଇଛି ବିରୋଧି ଦଳ। ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ବନ୍ଦ ହେବା ଦୁଃଖ ଦାୟକ। ବିଜେଡି କାଳେ ମାଇଲେଜ୍ ନେଇ ଯିବ ସେଥିପାଇଁ ମେଟ୍ରୋକୁ ବନ୍ଦ କରିଦେଲେ। ଆଜି ଏମିତି ଆରୋପ ଆଣି ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଓଡ଼ିଶା ବୋଧେ ଆଉ ମେଟ୍ରୋ ଦେଖିବପାରିବ ନାହିଁ। ମେଟ୍ରୋ ପାଇଁ ୨୭୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଉଥିଲା। ମେଟ୍ରୋ ଲୋକଙ୍କ ଆବଶ୍ୟକତା ରହିଛି। ମେଟ୍ରୋ ନ ରହିଲେ କୌଣସି ରାଷ୍ଟ୍ର ବ୍ୟବସାୟ ପାଇଁ ଆସିବେ ନାହିଁ। ମେଟ୍ରୋ ନ ଚଲେଇବା ସରକାରଙ୍କ ହୀନ ମାନସିକତା ।

Post a Comment

0 Comments

Please Select Embedded Mode To show the Comment System.*

3/related/default