କଣ୍ଟାମାଳ ୦୫/୦୪(ମନଧର କର୍ମୀ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ବରିଗୁଭା ଗ୍ରାମରେ ଲାଗିଥିବା ୨୫କେଭି ଟ୍ରାନ୍ସଫର୍ମ ଦୀର୍ଘ ୩ମାସ ହେଲାଣି ପୋଡି ଅଚଳ ଅବସ୍ଥାରେ ପଡ଼ିରହିଛି। ଏହି ଟ୍ରାନ୍ସଫର୍ମ ରୁ ଗ୍ରାମାର ୭୦ପରିବାର ଲୋକେ ବିଦ୍ୟୁତ୍ ପାଇଁ ନିର୍ଭର କରନ୍ତି। ବର୍ତମାନ ଜିଲ୍ଲାରେ ପ୍ରବଳ ଖରା ହେଉଥିବାରୁ ବିଦ୍ୟୁତ୍ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ହେଳେ ଟାଟା ପାୱାର ର ଅଜବ ନୀତି ଗ୍ରାମାର ଥିବା ଅନ୍ୟ ଏକ ୧୬କେଭି ଟ୍ରାନ୍ସଫର୍ମ ରୁ ୭୦ପରିବାର କୁ ବିଦ୍ୟୁତ୍ ସଂଯୋଗ ଦେଇ ହାତ ଟେକି ଦେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଯଥା ଶୀଘ୍ର ନୂତନ ୨୫ କେଭି ଟ୍ରାନ୍ସଫର୍ମ ଲଗାଇବା ପାଇଁ ଦାବୀ।
- ଅନ୍ୟତ୍ର ଟ୍ରାନ୍ସଫର୍ମ ରୁ ସଂଯୋଗ ଦେଇ ନୂତନ ଲଗାଇବାକୁ ଭୁଲି ଗଲେ
- ଟାଟା ପାୱାର ର ଅବହେଳା

