ବକ୍ତାମାନେ ନୀତି ଓ ଅନୀତିର ସ୍ପଷ୍ଟ ପରିଭାଷା ଦେଇ କହିଥିଲେ ଯେ, ନିୟମ, ଶୃଙ୍ଖଳା, ସଦ୍ବିଚାର, ସୁଶାସନ ଓ ସମାଜିକ ସମନ୍ୱୟ ହେଉଛି ନୀତିର ମୂଳ ଆଧାର। ତାପରେ ଅନ୍ୟାୟ, ଶୋଷଣ ଓ ଦୁର୍ନୀତିକୁ ଅନୀତିର ରୂପ ଭାବେ ଉଲ୍ଲେଖ କରାଯାଇଥିଲା। ନୀତିଆଧାରିତ ରାଜନୀତି ହେଲେ ସମାଜ ଓ ରାଷ୍ଟ୍ରର ସମଗ୍ର ଉନ୍ନତି ସମ୍ଭବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସେମାନେ ଆହୁରି କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କ ସଚେତନତା ଅତ୍ୟାବଶ୍ୟକ। ପରିବାରବାଦ ଓ ଦୁର୍ନୀତିମୁକ୍ତ ରାଜନୀତି ଦ୍ୱାରା ହିଁ ପ୍ରକୃତ ଉନ୍ନତି ସମ୍ଭବ, ଏବଂ ସମାଜର ଶେଷ ସାରିର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ନବୀନ ପଶାୟତ, ଦୀପକ ସମାଜଦାର, ପ୍ରଭଜିତ ସିଂହ ସାଲୁଜା ଓ ସଦାଶିବ ସରାଫଙ୍କୁ ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର, ଉତମା ନାଏକ, ବାଳକୃଷ୍ଣ ହୋତା, କୈଳାସ ସାହୁ ଓ ରାମ କୁମାର ଅଗ୍ରୱାଲଙ୍କ ସ୍ମୃତିରେ ସମ୍ମାନିତ କରାଯାଇଥିଲା। ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଅନେକ ସଦସ୍ୟ ଓ ସହରର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଶେଷରେ ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଧନ୍ୟବାଦ ଜଣାଇଥିଲେ।

