ଉପଭୋକ୍ତାଙ୍କୁ ଆଉ ଏକ ଝଟ୍‌କା :: ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍

ଆଜତକ ଓଡ଼ିଶା
0

ଭୁବନେଶ୍ବର:(ସମୀର ରଞ୍ଜନ ନାୟକ )ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ । କଳାବଜାରୀଙ୍କ ଉପରେ ରହିଛି ନଜର। କଳାବଜାରୀକୁ ରୋକିବପାଇଁ E-KYC କରିଛୁ । ଗ୍ୟାସ କଳାବଜାରୀ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ୍ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ରାଜ୍ୟର କୌଣସି ସ୍ଥାନରେ ଆଉ ଖୋଲାରେ ଗ୍ୟାସ ଭର୍ତ୍ତି କରିକି ଆଣିପାରିବେ ନାହିଁ । ସେହିଭଳି ଗ୍ୟାସ ବିକ୍ରିକୁ ନେଇ ମଧ୍ୟ ବଡ଼ ଘୋଷଣା କରାଯାଇଛି । କେବଳ ଏଜେନ୍ସି ଲାଇସେନ୍ସ ଥିବା ବ୍ୟକ୍ତି ହିଁ ଗ୍ୟାସ ବିକ୍ରି କରିବେ ।ଖବର ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା । ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଖୋଲା ବଜାରରେ ଆଉ ଗ୍ୟାସ୍ ବିକ୍ରି କରାଯାଇପାରିବନାହିଁ । ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ । ଗ୍ୟାସ୍ ବିକ୍ରି ନେଇ E-Kyc କରାଯିବ । କେବଳ ଯାହା ନାଁରେ କାର୍ଡ ଥିବା, ସେମାନେ ହିଁ ଗ୍ୟାସ୍ ଏଜେନ୍ସିରୁ ଗ୍ୟାସ ଟାଙ୍କି ନେଇପାରିବେ । ରାଜ୍ୟରେ ଏବେ ଗ୍ୟାସ୍ ଓ ପେଟ୍ରୋଲର କୌଣସି ଅଭାବ ନଥିବା ବେଳେ କଳାବଜାର ହେଉନଥିବା କହିଛନ୍ତି ମନ୍ତ୍ରୀ ।

Post a Comment

0 Comments

Please Select Embedded Mode To show the Comment System.*

3/related/default