ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି

ଆଜତକ ଓଡ଼ିଶା
0

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ ଦେଶକୁ ଏକ ନୂଆ ଦିଗ ଦେବ। ସଂରକ୍ଷଣ ବ୍ୟବସ୍ଥା ମହିଳାଙ୍କ ସ୍ବରକୁ ଆହୁରି ଶାଣିତ କରିବ। ପୂର୍ବ ଅପେକ୍ଷା ମହିଳା ଅଧିକ ସଶକ୍ତ ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ସଂସଦରେ ଚଳିତ ମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନ ଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନଗୁଡ଼ିକୁ ଉତ୍ସବ ରୂପରେ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ବାନ କରିଛନ୍ତି । ଘରେ ବସି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ୍ ମାଧ୍ୟମରେ ଏହି ଅଧିନିୟମକୁ ସମର୍ଥନ ରାଲି, ଶୋଭାଯାତ୍ରା ଓ ସଭା ମାଧ୍ୟମରେ ନାରୀଶକ୍ତିର ବିଜୟର ଏହି ମହାନ ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟର ମାତୃଶକ୍ତି ସମାଜିକ ଗଣମାଧ୍ୟମରେ ନିଜ ସମର୍ଥନ ଜାହିର କରି ନିଜେ ମହିଳା ହେବାର ଗର୍ବକୁ ଆହୁରି ସଗର୍ବେ ପରିପ୍ରକାଶ କରିବାକୁ ଆହ୍ୱାନ ଜଣାଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default