ଆସନ୍ତା ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ

ଆଜତକ ଓଡ଼ିଶା
0

ଭୁବନେଶ୍ୱର /ପୁରୀ (ସମୀର ରଞ୍ଜନ ନାୟକ) : ଆସନ୍ତା ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥର ରଥ ଖଳାରେ ଲାଗିବ ସିସିଟିଭି କ୍ୟାମେରା । ୧୨ଟି ସିସିଟିଭି କ୍ୟାମେରା ଜଗିବେ ସମ୍ପୂର୍ଣ୍ଣ ରଥ ଖଳାକୁ । ରଥ ଖଳାର ସୁରକ୍ଷାକୁ ଫୋକସରେ ରଖି ଏହି ଭଳି ନିଷ୍ପତ୍ତି ନିଆଯାଇଛି ।ସେହିପରି, ଚନ୍ଦନ ଚକଡ଼ା ବା ନରେନ୍ଦ୍ର ଚକଡ଼ାରେ ବି ଲାଗିବ ୧୪ଟି ସିସିଟିଭି । ଯେଉଁଥିରେ ରହିବ ୨ PTZ କ୍ୟାମେରା । ୨୦ ଏପ୍ରିଲରୁ ୧୦ ମେ, ଚନ୍ଦନଯାତ୍ରା ଶେଷ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଲାଗିବ ଏହି କ୍ୟାମେରା । ପୋଲିସ କଣ୍ଟ୍ରୋଲ ରୁମ୍ ନଜରରେ ରହିବ ଏହି କ୍ୟାମେରା ।ତେବେ PTZ କ୍ୟାମେରା ଲାଗିବ ଅର୍ଥାତ୍ ପ୍ୟାନ, ଟିଲଟ, ଜୁମ୍ କ୍ୟାମେରା । ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦ ଏପ୍ରିଲ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଏହି କ୍ୟାମେରା ଗୁଡ଼ିକ ରଥଖଳାରେ ଲାଗିବ।

Post a Comment

0 Comments

Please Select Embedded Mode To show the Comment System.*

3/related/default