ରାଜ୍ୟସ୍ତରୀୟ ୯୬ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ ସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଆଜତକ ଓଡ଼ିଶା
0

ଅସ୍ତରଙ୍ଗ (୧୨/୦୪ ଅଲେଖ ବିଶ୍ୱାଳ ) ଆସନ୍ତା ୨୧ ମଇ ୨୦୨୬ ତାରିଖରେ ରାଜ୍ୟସ୍ତରୀୟ ୯୬ ତମ ଐତିହାସିକ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ଆୟୋଜନ ପାଇଁ ଆଜି ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ି ଲବଣ ସତ୍ୟାଗ୍ରହୀ ସ୍ୱାମୀଜୀ ପୂର୍ଣାନନ୍ଦ ବିଦ୍ୟାପୀଠ ଠାରେ ଏକ ପ୍ରସ୍ତୁତି ବୈଠକ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସ୍ମୃତି ଦିବସକୁ ମହାସମାରୋହରେ ପାଳନ କରାଯିବା ପାଇଁ ସ୍ଥିର କରା ଯାଇଛି । ରାଜ୍ୟ ସରକାର ଐତିହାସିକ ସ୍ମୃତି ପୀଠ , ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟର ବିକାଶ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଯେଉଁ ବଳିଷ୍ଟ ଭୂମିକା ଗ୍ରହଣ କରିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଶେଷ କରି ପୁରୀ ଜିଲ୍ଲାର କୁହୁଡ଼ି ଐତିହାସିକ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଞ୍ଚ କୋଟି ଟଙ୍କା ମଞ୍ଜୁର କରାଯାଇଥିବାରୁ ବୈଠକରେ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରି କହିଲେ ଯେ ଆଜି ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଏହାର ସବିଶେଷ ପ୍ରସ୍ତାବ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରାଯିବ ।

ଦ୍ୱିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପ୍ରଶାସନ ସ୍ତରରେ ଅନୁଷ୍ଠିତ ହେବ ପରେ , ତୃତୀୟ ପ୍ରସ୍ତୁତି ବୈଠକ ଅସ୍ତରଙ୍ଗ ବ୍ଲକ୍ ପ୍ରଶାସନ ସହାୟତାରେ ଆୟୋଜନ କରାଯାଇ ସମାରୋହର ସଫଳତା ପାଇଁ ଚୂଡ଼ାନ୍ତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ । ଏହି ସମାରୋହରେ ଓଡ଼ିଶା ମାନ୍ୟବର ମୂଖ୍ୟମନ୍ତ୍ରୀ, ଉପ-ମୂଖ୍ୟମନ୍ତ୍ରୀ,ସଂସ୍କୃତି ମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ଆଇନ ଓ ପୂର୍ତ୍ତମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, କଟକ ଓ ଜଗତସିଂହପୁରର ସାଂସଦ, କାକଟପୁରର ବିଧାୟକ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଓ ସ୍ଥାନୀୟ ପଞ୍ଚାୟତ ସମିତିର ଅଧ୍ୟକ୍ଷା ପ୍ରମୁଖଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ସମାରୋହ ଦିନ ପ୍ରତ୍ୟୁଷରୁ ଅସ୍ତରଙ୍ଗ ବ୍ଲକ୍ ଠାରୁ ଜାତୀୟ ସଂହତି ଓ ଏକତା ପଦଯାତ୍ରା ଆୟୋଜନ କରାଯାଇ କୁହୁଡ଼ି ସ୍ମୃତି ପୀଠ ଠାରେ ପତାକା ଉତ୍ତୋଳନ , ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ ସହ ସମବେତ ରାମଧୂନ ପରିବେଷଣ କରାଯିବ । ଏହି ଅବସରରେ ସ୍ମରଣିକା ଉନ୍ମୋଚନ , ସମ୍ବର୍ଦ୍ଧନା ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହେବା ପାଇଁ ନିଷ୍ପତି ଗ୍ରହଣ କରା ଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ସମିତିର ନିରୋଦ ବରଣ ମହାନ୍ତି, ପ୍ରମୋଦ କୁମାର ନାୟକ, ମହେଶ୍ୱର ନାୟକ, ରବୀନ୍ଦ୍ର କୁମାର ମହାନ୍ତି, ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ, ହୃଷୀକେଶ ରାଉତ, କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଭୋଳାନାଥ ସ୍ୱାଇଁ , ଶଙ୍କର୍ଷଣ ମିଶ୍ର, ବିକ୍ରମ କୁମାର ଜୟସିଂହ, ଅର୍ଜୁନ ମଲ୍ଲିକ, ହରିହର ସ୍ୱାଇଁ, ପବିତ୍ର କୁମାର ସ୍ୱାଇଁ, ହେମନ୍ତ କୁମାର ମଲ୍ଲ, ଶୋଭାକର ବେହେରା, ନଟବର ମଲ୍ଲ, କେଦାରନାଥ ଜେନା , କମଳାକାନ୍ତ ପରିଡ଼ା ଓ ନିରଞ୍ଜନ ସ୍ୱାଇଁ ପ୍ରମୁଖ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି ସମାରୋହର ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default