ଭାଟୀପଡା ଗ୍ରାମରେ ମୁନିଶ୍ରୀଙ୍କ ପ୍ରେରଣାଦାୟକ ପ୍ରୟାସରେ ନଶାମୁକ୍ତି ଅଭିଯାନର ବଡ ସଫଳତା

ଆଜତକ ଓଡ଼ିଶା
0

( ତିନିଜଣ ଅଜୈନ ବ୍ୟକ୍ତି ଆଜୀବନ ନଶା ନକରିବା ପାଇଁ ନେଲେ ସଂକଳ୍ପ )


ସିନ୍ଧେକେଲା,୧୨/୪(ଦିନେଶ ଜୈନ) -ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ମଙ୍ଗଳ କୃପାରୁ ମୁନିଶ୍ରୀ ହିମାଂଶୁ କୁମାରଜୀ ଏବଂ ମୁନିଶ୍ରୀ ହେମନ୍ତ କୁମାରଜୀଙ୍କ ପ୍ରେରଣାରେ ବୋର୍ଡା ଅଞ୍ଚଳ ଦିଗରେ ବିହାର ସମୟରେ ଭାଟୀପଡା ଗ୍ରାମରେ ନଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁନିଶ୍ରୀଙ୍କ ପ୍ରବଚନ, ପ୍ରେରଣା ଓ ନିରନ୍ତର ଜନଜାଗରଣ ପ୍ରୟାସର ଗ୍ରାମବାସୀଙ୍କ ଉପରେ ଅତ୍ୟନ୍ତ ସକାରାତ୍ମକ ପ୍ରଭାବ ପଡିଥିଲା। ମୁନିଶ୍ରୀଙ୍କ ବିଶେଷ ପ୍ରୟାସରେ ଗ୍ରାମର ଶକ୍ତି ନିହାଲ, ବାସ ନିହାଲ ଓ ରମେଶ ନିହାଲ ସମାଜ ସମ୍ମୁଖରେ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରି ଆଜୀବନ ନଶା ସେବନ ନକରିବାର ଦୃଢ ସଂକଳ୍ପ ଗ୍ରହଣ କରିଥିଲେ। ଏହି ସଂକଳ୍ପ କେବଳ ସେମାନଙ୍କ ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ, ସମଗ୍ର ଗ୍ରାମ ଓ ସମାଜ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ହୋଇଛି।

ଏହାଛଡା ଗ୍ରାମର ଅନେକ ଅନ୍ୟ ବ୍ୟକ୍ତିମାନେ ମଧ୍ୟ କେବଳ ସେହିଦିନ ପାଇଁ ନଶାମୁକ୍ତିର ସଂକଳ୍ପ ଗ୍ରହଣ କରି ନଶାରୁ ଦୂରେ ରହିବାର ନିଷ୍ପତ୍ତି ନେଇଥିଲେ। ଏହା ଫଳରେ ଗ୍ରାମରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଲୋକମାନଙ୍କ ମନରେ ସଂଯମ, ସଦାଚାର ଓ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ବଢିଥିଲା। ଗ୍ରାମବାସୀମାନେ କହିଥିଲେ ଯେ, ମୁନିଶ୍ରୀଙ୍କ ଓଜସ୍ୱୀ ବାଣୀ, ସରଳ ଜୀବନଶୈଳୀ ଓ ପ୍ରେରକ ବ୍ୟକ୍ତିତ୍ୱରୁ ପ୍ରଭାବିତ ହୋଇ ଲୋକମାନଙ୍କ ମନରେ ପରିବର୍ତ୍ତନର ଭାବନା ଜାଗୃତ ହୋଇଛି। ନଶା ପରି ସାମାଜିକ କୁପ୍ରଥାରୁ ମୁକ୍ତି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନାଯାଉଛି।

ଏହା ସବୁ ମୁନିଶ୍ରୀଙ୍କ ନିରନ୍ତର ପ୍ରୟାସ, ଧର୍ମ ପ୍ରଭାବନା ଓ ସମାଜୋତ୍ଥାନ ଭାବନାର ଶ୍ରେଷ୍ଠ ପରିଣାମ। ଗ୍ରାମବାସୀମାନେ ନିଜମାନଙ୍କୁ ସୌଭାଗ୍ୟଶାଳୀ ବୋଲି କହିଥିଲେ ଯେ, ସେମାନଙ୍କୁ ଏପରି ମହାନ ଚରିତ୍ରଆତ୍ମା ସନ୍ଥ ମାନଙ୍କ ସାନିଧ୍ୟ ମିଳିଛି, ଯାହାଙ୍କ ପ୍ରେରଣାରେ ସମାଜରେ ନୈତିକତା, ସଂଯମ ଓ ସଚେତନତାର ସନ୍ଦେଶ ପ୍ରସାରିତ ହେଉଛି । ଏହି ଅବସରରେ ଓଡିଶା ପ୍ରାନ୍ତୀୟ ସଭା ପୂର୍ବତନ ଅଧ୍ୟକ୍ଷ ତଥା ଟିଟିଲାଗଡ଼ ବ୍ଲକ ସାଂସଦ ପ୍ରତିନିଧି ମୁକେଶ ଜୈନ , ସଂଗଠନ ସମ୍ପାଦକ ସୁନିଲ ଜୈନ , ସିନ୍ଧେକେଲା ଅଗ୍ରୱାଲ ସଭା ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default