ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ଅସ୍ତରଙ୍ଗ (୦୫/୦୪ ଅଲେଖ ବିଶ୍ଵାଳ) ସ୍ଥାନୀୟ ପିଏମ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜନ ହୋଇଅଛି । ସୁନ୍ଦର ତୋରଣ ସହିତ ଝୋଟି ଚିତାରେ ସଜ୍ଜିତ ହୋଇଥିବା ବିଦ୍ୟାଳୟର ପ୍ରବେଶ ପଥ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ବିଦ୍ୟାଳୟର ବର୍ଣ୍ଣାଢ୍ୟ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବରେ ନାମ ଲେଖାଇବାକୁ ଆସିଥିବା କୋମଳମତି ଶିକ୍ଷ୍ୟାର୍ଥୀ ମାନଙ୍କୁ ଫୁଲ ଚନ୍ଦନ ଓ ମିଠା ଖୁଆଇ ଭବ୍ୟ ସ୍ଵାଗତ କରଯାଇଥିଲା । ପ୍ରତ୍ୟୁଷରୁ ବିଦ୍ୟାଳୟର ପରିସରରେ ଆୟୋଜିତ ହୋମ,ଦୀପ ଧୂପ ତଥା ପୂଜା କାର୍ଯ୍ୟକ୍ରମରେ ଅଭିଭାବକ , ପରିଚାଳନା କମିଟିର ସଦସ୍ୟ ଏବଂ ଶିକ୍ଷକ , ଶିକ୍ଷୟିତ୍ରୀମାନେ ଯୋଗ ଦେଇ ସମସ୍ତଙ୍କର ବିଦ୍ୟାଳୟ ତଥା ଶିକ୍ଷାର୍ଥୀଙ୍କର ମଙ୍ଗଳ କାମନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ସରପଞ୍ଚ ଅଭୟ କୁମାର ସେଠୀ , ସାଂସଦ ପ୍ରତିନିଧି ତଥା ଅଞ୍ଚଳର ସମାଜସେବୀ କୈଳାଶ ଚନ୍ଦ୍ର ନାୟକ , ପରିଚାଳନା କମିଟିର ଅଧ୍ୟକ୍ଷା ରୀନା ଲତା ପରିଡା , ସଦସ୍ୟ ବିଭୁପ୍ରସାଦ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପିଏମ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନିଜର କାର୍ଯ୍ୟ ଦକ୍ଷତାକୁ ସୂଚାରୁ ଭାବରେ ପରିଚାଳନା କରି ସମ୍ପ୍ରତି ଓଡିଶାର ଶିକ୍ଷା ସରଣୀ ରେ ନିଜର ସ୍ଵତନ୍ତ୍ର ମର୍ଯ୍ୟାଦା ରଖିଛି ବୋଲି ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ପଞ୍ଚସଖା ଶିକ୍ଷା ସେତୁ ଯୋଜନାରେ ବିଦ୍ୟାଳୟର କଳେବର ସାମଗ୍ରିକ ଭାବରେ ବିକାଶ ହୋଇଛି ଯାହା ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ନିଶ୍ଚିତ ସୁଦୃଢ କରିଛି ,ତେଣୁ ଏହାର ସୁଯୋଗ ନେଇ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମ ଲେଖାଇ ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ପୂରଣ କରିବାରେ ଦୃଢ ନିଶ୍ଚିତ ହୁଅନ୍ତୁ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସ୍ଵାଇଁ ମତ ରଖିଥିଲେ । କାର୍ଯ୍ୟକ୍ରମର ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ କୃତି ଶିକ୍ଷକ ପ୍ରତାପ କୁମାର ରାଉତ କହିଲେ ଯେ , ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମଟି ଜୀବନର ଜ୍ଞାନ ଯାତ୍ରାର ଶୁଭ ଆରମ୍ଭ ଦିନ , ତେଣୁ ସମସ୍ତଙ୍କର ସମସ୍ତ ମିଳିତ ସହଯୋଗରେ ଶିକ୍ଷାର ପ୍ରଦୀପକୁ ପ୍ରଜ୍ଜ୍ଵଳିତ କରି ପ୍ରତିଟି ଶିଶୁର ଭବିଷ୍ୟତକୁ ଆଲୋକିତ କରିବା ଆମମାନଙ୍କର ପ୍ରମୁଖ ଦାୟିତ୍ଵ ରହିଛି । ବିଦ୍ୟାଳୟର ଶିକ୍ଷାର୍ଥିନୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶିକ୍ଷୟିତ୍ରୀ ସରୋଜିନୀ ହାନ୍ସାଦା, ଗୀତାଞ୍ଜଳି ବେହେରା , ସ୍ଵପ୍ନାମୟୀ ମହାପାତ୍ର ,କାବେରୀ ସେଠୀ ,ସ୍ଵର୍ଣଲତା ପାଣି ,ଜ୍ୟୋସ୍ନାରାଣୀ ପାଲ , ସାଗରିକା ମଲ୍ଲ , ପ୍ରଗତି ପୃଷ୍ଟି, ପ୍ରିୟଦର୍ଶିନୀ ସ୍ଵାଇଁ , ବିଜୟଲକ୍ଷ୍ମୀ ପରିଡା , ଜୟଶ୍ରୀ ନାୟକ , ଶକୁନ୍ତଳା ଦେଇ , ପ୍ରମିଳା ବିଶ୍ଵାଳ ,ନିରୋଜିନୀ ସାହୁ , ରଶ୍ମିତା ସେଠୀ , ସଙ୍ଘମିତ୍ରା ନାୟକ , ବୈଜୟନ୍ତୀ କନହର , ଶିକ୍ଷକ ସତ୍ୟନାରାୟଣ ସେଠୀ , ସନତ ପ୍ରଧାନ , ରଞ୍ଜନ କୁମାର ଦାସ , ମହମ୍ମଦ ସମରୁଦ୍ଦିନ ପ୍ରମୁଖ ପରିଚାଳନା କରିଥିବା ବେଳେ ଦମୟନ୍ତୀ ପଟ୍ଟନାୟକ , ଚିତ୍ତରଞ୍ଜନ ମିଶ୍ର , ରୁକ୍ ସାନା ବେଗମ , ସରୋଜିନୀ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ସରକାରଙ୍କ ନିର୍ଦ୍ଦେଶଅନୁଯାୟୀ ଯଥା ବିଧି ପାଳନ କରାଯାଉଛି ଓ ଏହା ଆସନ୍ତାଚାରି ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସ୍ଵାଇଁ ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default