ଚେପଟିଆମ୍ବାରେ ପୋଲିସ ଜନସମ୍ପର୍କ ଶିବିର ଅନୁଷ୍ଠିତ

ଆଜତକ ଓଡ଼ିଶା
0


ଝରିଗାଁ ୧୧|୦୩ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଂଚାୟତର ଏକ ଦୁର୍ଗମ ଗ୍ରାମ ଚେପଟିଆମ୍ବା ଠାରେ ବୁଧବାର ଦିନ ଝରିଗାଁ ପୋଲିସ ପ୍ରଶାସନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି |ଝରିଗାଁ ଥାନା ଅଧିକାରୀ ରଚିତା ମାଡ଼କାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଜନସମ୍ପର୍କ ଶିବିରରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନବରଙ୍ଗପୁର ଏସପି ସନ୍ଦୀପ ସମ୍ପତ ମଡ଼କଡ଼, ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର, ଚନ୍ଦାହାଣ୍ଡି ଆଇଆଇସି ବିମଲ ଲାକ୍ରା, ରିଜର୍ଭ ଇନ୍ସପେକ୍ଟର ଅଜୟ କୁମାର ଏକ୍କା ପ୍ରମୁଖ ମଂଚାସୀନ ରହିଥିଲେ | |ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଏହି ଅଞ୍ଚଳରେ ପୂର୍ବରୁ ମାଓବାଦୀ ସକ୍ରିୟ ରହିଥିଲେ ତେଣୁ ଅଞ୍ଚଳର କୌଣସି ପ୍ରକାର ବିକାଶ ହୋଇପାରୁନଥିଲା ତେଣୁ ଅଞ୍ଚଳବାସୀ ସମାଜର ମୁଖ୍ୟ ସ୍ରୋତରୁ ବିଛିନ୍ନ ରହି ଦୁର୍ବିସହ ଜୀବନ ବଞ୍ଚୁଥିଲେ| ବର୍ତମାନ ନବରଙ୍ଗପୁର ଜିଲ୍ଲା ମାଓମୁକ୍ତ ହୋଇଛି ଏଣୁ ଏହି ଅଞ୍ଚଳରେ ଶିବିର କରିବାକୁ ନିଷ୍ପତି ନିଆଗଲା ଓ ଆଜି ଏହି ଜନ ସମ୍ପର୍କ ଶିବିରଟି ଅନୁଷ୍ଠିତ ହୋଇଛି |ଆଜିର ଶିବିରରେ ଚେପଟିଆମ୍ବା, ଟେକରପାଣି, ବାଳଦେଇ, ବିରାଲାଟି, ଚାଉଁରୀ, କର୍ଲାପଡା ଆଦି ଉପାନ୍ତ ଗ୍ରାମର ଜନସାଧାରଣ ଆସି ନିଜ ନିଜ ଗ୍ରାମର ସମସ୍ୟା ତଥା- ପାନୀୟଜଳ, ରାସ୍ତା, ବିଜୁଳି, ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି |ଆମେ ଅଞ୍ଚଳବାସୀଙ୍କ ଅଭିଯୋଗ ଆଧାରରେ ଯଥା ସମ୍ଭବ ଏହି ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବୁ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ | ଠିକ ସେହିପରି ଝରିଗାଁ ଆଇଆଇସି ଶ୍ରୀମତୀ ମାଡ଼କାମୀ ଜନସାଧାରଣ ଓ ପୋଲିସ ପ୍ରଶାସନ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନା ସହିତ ସମାଜରୁ ଅନ୍ତର ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବା ତଥା ମାଓ ପ୍ରବଣ ଅଂଚଳ ମାନଙ୍କରେ ମାଓବାଦୀ ମାନଙ୍କ ସହିତ ହାତ ମିଶେଇ ମାଓବାଦୀ ସାଜୁଥିବା ଯୁବବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦେଶ୍ୟରେ ପ୍ରତିବର୍ଷ ପୋଲିସ ପ୍ରଶାସନ ପକ୍ଷରୁ ଏହି ଜନସମ୍ପର୍କ ଶିବିରର ଆୟୋଜନ କରାଯାଉଥିବା ନିଜ ବକ୍ତବ୍ୟରେ କହିଥିଲେ |ତାଛଡା ପୋଲିସ ପ୍ରଶାସନ ସବୁବେଳେ ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦିଗରେ କାର୍ଯ୍ୟରତ ରହିଥିବାରୁ ଜନସାଧାରଣମାନେ ମଧ୍ୟ ପୋଲିସକୁ ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦିଗରେ ପୋଲିସକୁ ପୂର୍ଣ୍ଣ ସହଯୋଗ କରିବା ଉଚିତ ବୋଲି କହିଥିଲେ |ଆୟୋଜିତ ଏହି ଶିବିରରେ ଆଖପାଖ ବିଭିନ୍ନ ଗ୍ରାମରୁ ୧୫୦ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ରହିଥିବା ବେଳେ ଜନସାଧାରଣଙ୍କ ପାଇଁ ଝରିଗାଁ ପୋଲିସ ପ୍ରଶାସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା|କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ଖାତା, ପେନ, ପେନସିଲ, ରବର ଭଳି ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିବା ବେଳେ ବୃଦ୍ଧଵୃଦ୍ଧା ତଥା ପୁରୁଷ ଓ ମହିଳା ମାନଙ୍କୁ କମ୍ବଳ, ଚାଦର, ଧୋତି, ଗାମୁଛା,ଶାଢ଼ୀ,ପାଣି ବୋତଲ ଆଦି ବଣ୍ଟନ କରାଯାଇଥିଲା |ଠିକ ସେଭଳି ଯୁବବର୍ଗଙ୍କୁ କ୍ରିକେଟ ବ୍ୟାଟ, କ୍ରିକେଟ ବଳ, ଷ୍ଟମ୍ପ ଆଦି ବଣ୍ଟନ କରାଯାଇଥିଲା |ଝରିଗାଁ ଥାନାର କର୍ମଚାରୀ ମାନଙ୍କ ମଧ୍ୟରେ ଏସ ଆଇ ଲକ୍ଷ୍ମୀ ନାରାୟଣ ଦୋରା, ଏଏସଆଇ ମମତା ସେଠି, ମହେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ |

Post a Comment

0 Comments

Please Select Embedded Mode To show the Comment System.*

3/related/default