ନୂଆପଡ଼ା, ୧୧/୦୩ : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ବୈଠକରୁ ଜଣାଗଲା ଯେ, ରବି ଋତୁ ଫସଲ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୨୨୩୦ ହେକ୍ଟର ଧାନ ଚାଷ ଲକ୍ଷ୍ୟ ଥିଲା ବେଳେ ୧୬୬୫୩ ହେକ୍ଟର ହାସଲ ହୋଇଛି। ଡିଜିଟାଲ କ୍ରପ ସର୍ଭେ ରେ ୭୨ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି। ବିଭିନ୍ନ ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ମୋହନପଦର ଗ୍ରାମର ଟିକେସୁନ୍ଦର ମାଝୀ, କଇନ୍ତପଦର ର ଉଗ୍ରସେନ ହେରଣା, ଡୁମେରଝରର ନିରଞ୍ଜନ ନିଆଲ, ବିଶ୍ଵନାଥପୁର ର ମାୟାଧର ପ୍ରଧାନ ଓ କୋଦୋମେରି ର ମଣୁଲାଲ ରାଉତ। ବୈଠକରେ ଜିଲ୍ଲା କୃଷି ଅଧିକାରୀ ସୋମନାଥ ମହାପାତ୍ର, ନୂଆପଡ଼ା ବ୍ଲକ୍ କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ନୂଆପଡ଼ା ସହକାରୀ କୃଷି ଅଧିକାରୀ ବର୍ଷା ଆଜାଦ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ନୂଆପଡ଼ାରେ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ
Wednesday, March 11, 2026
0