ସିନାପାଳିରୁ ହାଇଦ୍ରାବାଦ ଶ୍ରମିକ ଚାଲାଣ କରୁଥିବା ଦୁଇ ବସ ଉପରେ କାର୍ଯ୍ୟନୁଷ୍ଠାନ: ନିୟମ ଉଲ୍ଲଂଘନ ପାଇଁ ୨୦ ହଜାର ଟଙ୍କା ଇ-ଚାଲାନ ଜାରି

ଆଜତକ ଓଡ଼ିଶା
0

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଳି ଅଞ୍ଚଳରୁ ହାଇଦ୍ରାବାଦକୁ ଶ୍ରମିକ ଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।  ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ କମିଶନର ରବୀନ୍ଦ୍ର ବାର୍ଲା, ଖଡିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ମୋଟର ଯାନ ନିରୀକ୍ଷକ (ଏମଭିଆଇ) ନୂଆପଡ଼ା ଟିଡିଆର/ଏଟିଡିଆର, ଆଇଆଇସି ଓ ଦବ୍ଲୁଇଓ, ସିନାପାଲି ଦ୍ଵାରା ଏକ ଯୁଗ୍ମ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ସମୟରେ “ଅଲ୍‌ ଇଣ୍ଡିଆ ଟୁରିଷ୍ଟ ଭେହିକଲ୍‌ ଅଥରାଇଜେସନ୍‌ ସର୍ଟିଫିକେଟ୍‌” ଥିବା ଦୁଇଟି ବସ୍‌କୁ ଚାଲନା ଓ ମହାଗାଁ ଅଞ୍ଚଳରେ ଅଟକା ଯାଇଥିଲା। ଯାଞ୍ଚ ବେଳେ ଏହି ବସ୍‌ଗୁଡ଼ିକରେ ଶ୍ରମିକମାନଙ୍କୁ ଚାଲାଣ ହେଉଥିବା ସହିତ ଟିକେଟ୍‌ ବହି, ଯାତ୍ରୀ ତାଲିକା ନଥିବା ଜଣା ପଡ଼ିଥିଲା। ବସ ଦୁଇଟି ହାଇଦ୍ରାବାଦ, ବିଜୟୱାଡା, ଖମାମ, କୋଠାଗୁଡେମ, ଭଦ୍ରାଚଳମ ଗନ୍ତବ୍ୟ ଓ ରୁଟ୍‌ ବୋର୍ଡ ପ୍ରଦର୍ଶନ କରାଯାଇଥିଲା। ଏହା ଟୁରିଷ୍ଟ ଭେହିକଲ୍‌ ପରମିଟ୍‌ ନିୟମର ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ଏହି ଅଭିଯୋଗରେ ଦୁଇଟି ବସ୍‌ ବିରୁଦ୍ଧରେ ମୋଟ ୨୦,୦୦୦ ଟଙ୍କାର ଇ-ଚାଲାନ ଜାରି କରାଯାଇଛି। ଏହା ସହିତ ମୋଟର ଯାନ ନିରୀକ୍ଷକଙ୍କୁ ଏହି ମାମଲାକୁ ସରକାରୀ ବିଧିବିଧାନ ଅନୁସାରେ ଆଗାମୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default