ଭୁବନାନନ୍ଦ ସାହୁ ଫାଉଣ୍ଡେସନର ସାରସ୍ୱତ ଉତ୍ସବ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ମାହାଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିପୁରା ଗ୍ରାମରେ ଅଧିଷ୍ଠିତ ଶ୍ରୀ ବାସୁଦେବ ନିଳୟ ପରିସରରେ ସାହିତ୍ୟ ସାଧକ ଭୁବନାନନ୍ଦ ସାହୁ ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନାନନ୍ଦ ସାହୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଉତ୍ସବ ବିଶିଷ୍ଟ ଭାଷାବିତ୍ ନଟବର ଶତପଥୀଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପ୍ରାଜ୍ଞ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫାଉଣ୍ଡେସନ ଗଠନର ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଦିଲୀପ କୁମାର ସ୍ୱାଇଁ ଯୋଗ ଦେଇ ଗୁରୁ ଭୁବନାନନ୍ଦ ସାହୁଙ୍କ ଛାତ୍ର ଜୀବନ ଗଠନରେ ଭୂମିକାର ଆଲୋଚନା କରିଥିଲେ । ପୁସ୍ତକର ସମ୍ପାଦକ ଡକ୍ଟର ବିରଞ୍ଚି କୁମାର ସାହୁ ଓ ପ୍ରକାଶକ ଦିଲୀପ କୁମାର ବେଉରା ପୁସ୍ତକର ଇତ୍ତିବୃତ୍ତି ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଡ଼କ୍ଟର ଭୁବନାନନ୍ଦ ସାହୁ ଫାଉଣ୍ଡେସନ ଗଠନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସଦସ୍ୟ ଭୂପେନ୍ ଚାଟାର୍ଜୀ ପ୍ରାରମ୍ଭିକ ମନ୍ତବ୍ୟ ଦେଇଥିବା ବେଳେ ସୁନାମଧନ୍ୟ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଉତ୍ସବ ଆରମ୍ଭରେ ଅଧ୍ୟାପକ ସତ୍ୟବ୍ରତ ବେହୁରା ଓ ଅଧ୍ୟାପିକା ବିଜୟଲକ୍ଷ୍ମୀ ମିଶ୍ରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କବି ଡ଼କ୍ଟର ଗୌତମ ଜେନା ଅତିଥି ଭାବେ ଯୋଗଦେଇ ଆଧୁନିକ କବିତା ସମ୍ପର୍କରେ ସ୍ୱମତ ଉପସ୍ଥାପନା କରିଥିଲେ । କବି ସର୍ବଶ୍ରୀ ଅଶୋକ କୁମାର ମହାନ୍ତି, ଅପରାଜିତା, ବିଜୟ କୁଅଁର, ମାନସ ଦାଶ, ସତ୍ୟାନନ୍ଦ ଦାଶ, ରାମଚନ୍ଦ୍ର ଶତପଥୀ, ନାରାୟଣ ମହାଳିକ, ବିପୀନ୍ ବିହାରୀ କର, ସଂଯୁକ୍ତା ବେହେରା, ସଚ୍ଚିଦାନନ୍ଦ ବେହେରା, ମନୋଜ ମହାପାତ୍ର, ରାମଚନ୍ଦ୍ର ସାହୁ, ବୀର କିଶୋର ସ୍ୱାଇଁ, ପୁଷ୍ପଲତା ବେହେରା, ସୁବାଷ ବେହେରା, ଲବଙ୍ଗଲତା ରାଉତ, ଭକ୍ତ ଚରଣ ସାହୁ ପ୍ରମୁଖ କବିମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଫାଉଣ୍ଡେସନ ପକ୍ଷରୁ ଗୌତମ ଚରଣ ଜେନାଙ୍କୁ ସାରସ୍ୱତ ସଂଗଠନ ସମ୍ମାନ, ସଚ୍ଚିଦାନନ୍ଦ ବେହେରାଙ୍କୁ କବିତା ସମ୍ମାନ, ଡ଼କ୍ଟର ମହେଶ୍ୱର ପାଢ଼ୀଙ୍କୁ ପ୍ରବନ୍ଧ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅରୁଣ କୁମାର ବାରିକ, ହିମାଂଶୁ ଭୂଷଣ ସାହୁ, ସୁଧାଂଶୁ ଶେଖର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଇଂ ଶୁଭ୍ରାଂଶୁ ଭୂଷଣ ସାହୁ ।

Post a Comment

0 Comments

Please Select Embedded Mode To show the Comment System.*

3/related/default