ମହାବୀର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ

ଆଜତକ ଓଡ଼ିଶା
0

ପୋଲସରା : ପୋଲସରା ସ୍ଥିତ ମହାବୀର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମକରି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯାଇଥିଲା। ଡ଼ା.ସୁଜିତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଟ୍ରଷ୍ଟ ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବାନିବୃତ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦିଲୀପ କୁମାର ନାୟକ, ମୁଖ୍ୟ ବକ୍ତା ରୂପେ ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ଯୁଥିଷ୍ଟିର ପଣ୍ଡା,ଆଇନଜୀବୀ ସନ୍ୟାସୀ ସାହୁ ଓ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଭାଷା ବିବୁଧଙ୍କ ଉପସ୍ଥିତିରେ ଭାଷା ଭିତ୍ତିକ ଆଲୋଚନା ମାଧ୍ୟମରେ ଉପସ୍ଥିତ ଶ୍ରୋତାମାନଙ୍କୁ ଓଡ଼ିଆ ଭାଷାର ଇତିହାସ ଓ ଶ୍ରେଷ୍ଠତା ବିଷୟରେ ଅନେକ କଥା ଜାଣିବାର ସୁଯୋଗ ମିଳିଥିଲା। ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ତଥା ଯୁବକବି ରାଇରଞ୍ଜନ୍ ନନ୍ଦ ନିଜସ୍ୱ ଲିଖିତ "ଆଜି ପରା ଉତ୍କଟ ଦିବସ" କବିତାକୁ ଆବୃତ୍ତି କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default