ଅବ୍ୟବସ୍ଥାରେ ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମପଞ୍ଚାୟତ

ଆଜତକ ଓଡ଼ିଶା
0

ଟ୍ରେନିଂ ଥିବାରୁ ଅଫିସରେ ତାଲା ଝୁଲୁଛି ବୋଲି ପିଇଓଙ୍କ ମତ 



ରମ୍ଭା : ସରକାରୀ ଯୋଜନାର ତଦାରଖ ସହ ବିଭିନ୍ନ ସେବା ଯୋଗାଇବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଭୂମିକା ରହିଛି। ପଞ୍ଚାୟତର ସମସ୍ତ ପ୍ରଶାସନିକ କାର୍ଯ୍ୟ ସଂଚାଳନ ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ନିଯୁକ୍ତ ହୋଇଥାନ୍ତି। କିନ୍ତୁ ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ ମିଳୁଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଅନେକ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ସାଧାରଣ ଲୋକ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଅଭିଯୋଗ ପାଇବା ପରେ ଆମ ପ୍ରତିନିଧି ଗଞ୍ଜାମ ବ୍ଲକର ଖଣ୍ଡିଦେଉଳି, ସନ୍ତୋଷପୁର ଓ ଉମୁରି ଧର୍ମଶରଣପୁର ପଞ୍ଚାୟତକୁ ଯାଇ ତଦାରଖ କରିଥିଲେ। ସେଠାରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।


ଅଭିଯୋଗକାରୀମାନେ ପଞ୍ଚାୟତ ଅଫିସ ଖୋଲା ନଥିବାରୁ ନିରାଶ ହୋଇ ଫେରୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ସେମାନଙ୍କ କଥା ଅନୁସାରେ ପଞ୍ଚାୟତ ଅଫିସକୁ ଯାଇଲେ ସରପଞ୍ଚ, ପିଇଓ, ଜିଆରଏସ ଓ ପିଅନ କାହାକୁ ମଧ୍ୟ ଦେଖିବାକୁ ମିଳୁନାହିଁ।

ଏନେଇ ପିଇଓଙ୍କୁ ଫୋନ କରିବାରେ ସେମାନେ ବ୍ଲକ କାର୍ଯ୍ୟାଳୟରେ ଟ୍ରେନିଂରେ ଥିବା କଥା କହିଥିଲେ। ତେବେ ପଞ୍ଚାୟତ କାର୍ଯ୍ୟାଳୟରେ ଜିଆରଏସ ଓ ପିଅନ କାହିଁକି ନାହାନ୍ତି ଓ ଅଫିସରେ ତାଲା କାହିଁକି ଝୁଲୁଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।


ଯଦି ଏହାପ୍ରତି ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନରେ ପଞ୍ଚାୟତରେ ପ୍ରଶାସନର ମନମୁଖୀ ଶାସନ ଚାଲିପାରେ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି। ସେଥିପାଇଁ ଅନୁପସ୍ଥିତ ଥିବା ପିଇଓ, ଜିଆରଏସ ଓ ପିଅନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default