ଚିନ୍ମୟଙ୍କ ହଠାତ୍ ଅସୁସ୍ଥତା ପରେ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ପରେ ସମ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ନେଇ ଚିକିତ୍ସା କରାଯାଉଛି।
ଚିନ୍ମୟଙ୍କ ବାପା ଦୟାନିଧି ବେହେରା ଜଣେ ମତ୍ସ୍ୟଜୀବୀ ଓ ମା’ ସୁରଭି ବେହେରା ଜଣେ ଗୃହିଣୀ। ଚିଲିକାରୁ ମାଛ ଧରି ଯେତେକ ଆୟ ହୁଏ, ସେଥିରେ ପରିବାର ଚାଲିଥାଏ। କିନ୍ତୁ ଦୈନିକ ୫୦ ରୁ ୧୦୦ ଟଙ୍କା ମଧ୍ୟ ଆୟ ନ ହେଉଥିବାରୁ ଚିକିତ୍ସା ଖର୍ଚ୍ଚ ଯୋଗାଡ଼ କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ଏପର୍ଯ୍ୟନ୍ତ ଋଣ କରି ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ଆଗାମୀ ଚିକିତ୍ସା ପାଇଁ ପରିବାର ଚିନ୍ତାଗ୍ରସ୍ତ ଅଛନ୍ତି।
ଏହି ପରିସ୍ଥିତିରେ ଚିନ୍ମୟଙ୍କ ଚିକିତ୍ସା ପାଇଁ ସହୃଦୟ ବ୍ୟକ୍ତିମାନେ ଆର୍ଥିକ ସହାୟତା କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ସହାୟତା ପଠାଇବା ପାଇଁ ଏକାଉଣ୍ଟ ନଂ – 34036157120, IFSC – SBIN0003816, ଏକାଉଣ୍ଟ ହୋଲ୍ଡର ସୁରଭି ବେହେରାଙ୍କ ନାମରେ ଅର୍ଥ ପଠାଇପାରିବେ।
ସେହିପରି ଚିନ୍ମୟଙ୍କ ଜୀବନ ରକ୍ଷା ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଟ୍ରଷ୍ଟ, ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଆର୍ଥିକ ସହଯୋଗ ଯୋଗାଇବାକୁ ଚିନ୍ମୟଙ୍କ ବାପା-ମା’ ଆକୁଳ ନିବେଦନ କରିଛନ୍ତି।
— ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ

