ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର

ଆଜତକ ଓଡ଼ିଶା
0

ଗଞ୍ଜାମ/ବୁଗୁଡ଼ା,୧୧/୦୩ (ସୋରେନ କୁମାର ପ୍ରଧାନ) ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ବୁଗୁଡ଼ା ଏନଏସି କାର୍ଯ୍ୟାଳୟ ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏନଏସି ନଗରପାଳ ଚିତ୍ରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାକ୍ତର ପ୍ରୀତିଶ୍ ରଞ୍ଜନ ସାହୁ ଯୋଗଦେଇ ବିଶ୍ବ ମହିଳା ଦିବସ ପାଳନର ଉଦ୍ଦେଶ୍ଯ ସଂପର୍କରେ କହିବା ସହ ସୁସ୍ଥ ନାରୀ ସୁସ୍ଥ ପରିବାର ବିଷୟରେ ବିସ୍ତୃତ ଆଲୋଚନା କରି ଉପସ୍ଥିତ କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ। ଏ ଅବସରରେ ଡାକ୍ତର ସାହୁ ଏନଏସିର ୩୫ ଜଣ କର୍ମଚାରୀ ଏବଂ ୭୦ ଜଣ ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କରି ସେମାନଙ୍କୁ ସଦାବେଳେ ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସାନିଟେସନ ଏକ୍ସପର୍ଟ ମୁନା ଗୌଡ ଓ ରାଜେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default