ପୋଲସରାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୧୦ ତମ ବିଜୁ ଜୟନ୍ତୀ ପାଳିତ
Friday, March 06, 2026
0
ଗଞ୍ଜାମ/ପୋଲସରା, (ନ୍ୟୁଜ ବ୍ୟୁରୋ) : ପୋଲସରା ବସଷ୍ଟାଣ୍ଡ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ୧୧୦ ତମ ବିଜୁଜୟନ୍ତୀ ପାଳନ କାର୍ଯ୍ୟକ୍ରମ ପୋଲସରା ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଳକର ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଏନ୍ ଏ ସି ସଭାପତି ଗୋପାଳ ସାହାଣୀ, ଅଧ୍ୟକ୍ଷା ସଙ୍ଗିତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲାପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ, ଝୁନୁ ଦାସ ଓ ସୁକାନ୍ତ ଭୂୟାଁ, କନକ ମଞ୍ଜରୀ ରାଉତ, କବିରାଜ ଦାସ, ଦୀପିକା ବାରିକ, ପବିତ୍ର ରାଉତ, ସନ୍ତୋଷ ପାତ୍ର, ବିଜୟ କୁମାର ଭୂୟାଁ, ଉତ୍କଳ ପ୍ରଧାନ, ସୁଶିତ ସାହୁ, ବାସୁଦେବ ନାୟକ, ସୁଶାନ୍ତ ପୋଲାଇ, ସିଲୁ ଦଳେଇ, କାର୍ତ୍ତିକ ଜେନା, ବୁଲୁ ବେହେରା, ଗୋରା ଚାନ୍ଦ ସାହୁ ସମେତ ଅନେକ ସରପଞ୍ଚ ଓ ସମିତି ସଭ୍ୟ, ଏନ୍ ଏ ସି ର କାଉନସିଲର, ବୁଗୁଡ଼ା ଓ ପୋଲିସରା ବ୍ଳକ ଓ ଏନ୍ ଏ ସି ର ଦଳୀୟ କର୍ମୀମାନେ ଯୋଗଦେଇ ଥିଲେ। ପୋଲସରାର ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।ଏଥି ସହ ବସଷ୍ଟାଣ୍ଡ ଠାରୁ ଦଳୀୟ କର୍ମୀ ଓ ବିଜୁ ପ୍ରେମୀ ଗଣ ଏକ ଶୋଭାଯାତ୍ରାରେ ବାହାରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ରୋଗୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

