ହିଞ୍ଜିଳିକାଟୁ ; (ନ୍ୟୁଜ ବ୍ୟୁରୋ) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଆସିକା ନିକଟସ୍ଥ ପାକିଡି ଗ୍ରାମ ଛକ ସ୍ଥିତ ପିତଳ ମହାବିଦ୍ୟାଳୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି ପିତଳ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ୧୯୭୬ ମସିହାରେ ଏକାଦଶ ଶ୍ରେଣୀ ଅଧ୍ୟୟନ କରି ପରୀକ୍ଷା ଦେଇଥିଲେ। ସେମାନଙ୍କ ୫୦ବର୍ଷ ପୂର୍ତ୍ତୀ ଅବସରରେ ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ପ୍ରାୟ ୬୦ ଜଣ ବନ୍ଧୁ ପରିବାର ସହ ଏକତ୍ରିତ ହୋଇ ପରିଣତ ବୟସରେ ବାଲ୍ୟକାଳ ସ୍ମୃତି ରୋମନ୍ଥନ କରି ବହୁ ଆନନ୍ଦ ଲାଭ କରି ଥିଲେ । ବର୍ତ୍ତମାନ ସମୟରେ ବହୁ ଶିକ୍ଷକ( ପ୍ରଧାନ ଶିକ୍ଷକଙ୍କ ସହ) ପଞ୍ଚଭୂତରେ ଲୀନ ହୋଇ ସାରିଛନ୍ତି । ଏକ ମାତ୍ର ବର୍ଷିୟାନ ଶିକ୍ଷକ ମାଗୁଣି ଚରଣ ପଣ୍ଡା ଓ ବି. ତାରିଣୀଙ୍କ ଉପସ୍ଥିତି ଓ ଆଶୀର୍ବାଦ ପାଇ ଗର୍ବ ଓ ଗୌରବାନ୍ୱିତ ହୋଇଛନ୍ତି । ବହୁ ପୁରାତନ ଛାତ୍ରଛାତ୍ରୀ ଦୀର୍ଘ ୫୦ ବର୍ଷ ବ୍ୟବଧାନରେ ମିଳିତ ହୋଇ ପାରିଥିବାରୁ ବହୁ ଆନନ୍ଦ ଉଲ୍ଲାସର ସହିତ ଶିକ୍ଷାର ଉପାଦେୟତା ଓ ପିତଳ ହାଇସ୍କୁଲ ର ଅବଦାନ ସ୍ମରଣୀୟ ସ୍ମୃତି ସହ ଶିକ୍ଷାର ବିକାଶ ପାଇଁ ସରକାରଙ୍କର ଏହି ପିତଳ କଲେଜ ପ୍ରତିଷ୍ଠାରେଉପାଦେୟତା ଉପଲବ୍ଧ କରି ଓଡ଼ିଶା ସରକାରଙ୍କୁ ବହୁ ପ୍ରସଂଶା ରେ ସମ୍ମାନ ଜଣାଇଥିଲେ । ଏବଂ ମହାବିଦ୍ୟାଳୟର ଉତ୍ତୋରତର ଉନ୍ନତି ପାଇଁ ଯଥା ( +୩ ) ଶିକ୍ଷାର ବ୍ୟବସ୍ଥା କରିବା ପାଇଁ ଖବରକାଗଜ ମାଧ୍ୟମରେ ସରକାର ଓ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀଙ୍କ ନିକଟରେ ନିବେଦନ ପୂର୍ବକ ପ୍ରଶାସନିକ ଅଧିକାରୀ ଉପଜିଲ୍ଲାପାଳ,(ଭଞ୍ଜନଗର) ଙ୍କୁ ବହୁ ସମ୍ମାନ ଦେଇ ପ୍ରସ୍ତାବ ପାରିତ ହୋଇଥିଲା । ବର୍ଷିୟାନ ଶିକ୍ଷକ ଶ୍ରୀ ମାଗୁଣୀ ଚରଣ ପଣ୍ଡାଙ୍କ ଆଶୀର୍ବାଦ ପାଇ ତାଙ୍କ ଶିକ୍ଷାଦାନ ପ୍ରଣାଳୀ ଏବଂ ବେତ ମାଡ ଜୀବନ ଯୁଦ୍ଧରେ କେତେ ଯେ ସହାୟକ ହୋଇଛନ୍ତି । ଅତୀତକୁ ମନ ପକାଇ ଭାଗ୍ୟବାନ ମନେକରି ଶେଷରେ ସଭାପତି ଆସନ ଅଳଙ୍କୁତ କରିଥବା ବ୍ୟକ୍ତି ଜଣକ ଅବସରପ୍ରାପ୍ତ ରାଜକିଶୋର ପାଢ଼ୀ କନ୍ଧମାଳ ଜିଲ୍ଲା ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟାପକଙ୍କ ଓ ଜସ୍ୱିନୀ ବକ୍ତବ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିପାରିଥିଲା ।ଶେଷରେ ମଞ୍ଚ ପରିଚାଳନା କରିଥିଲେ ସମସ୍ତଙ୍କ ପ୍ରିୟ ସହପାଠୀ ବିଜୟ କୁମାର ପାଣିଗ୍ରାହୀ ଓ ସିମାଞ୍ଚଳ ମହାପାତ୍ର । ଅନ୍ୟ ମାନଙ୍କ ମଧ୍ୟରେ ରାଜାରାଓ ସୁବୁଦ୍ଧି,ସୁବାସ ବିଷୋୟୀ, ସାନ୍ତନୁ ସ୍ବାଇଁ, ଗଙ୍ଗାଧର ଦାସ, କୁନା ସାମନ୍ତରାୟ, ଚିତ ରଞ୍ଜନ ସ୍ବାଇଁ, ପ୍ରମୋଦ କୁମାର ପଣ୍ଡା, ବିଜୟ ମହାପାତ୍ର, ଏବଂ ସମସ୍ତ ସହପାଠୀଙ୍କ ଆଙ୍କିଚନ ସାହାଯ୍ୟ ଓ ସହନାଭୁତି ନେଇ କଲେଜର ଅଧ୍ୟକ୍ଷ ବା ପ୍ରିନ୍ସପାଲ ଓ ଶ୍ରୀ କେଶବଚନ୍ଦ୍ର ଦାସଙ୍କ ସହଯୋଗରେ ହୋଇଥିବା ମହା ମିଳନ ସମାରୋହର ସଭା ସମାପ୍ତ ହୋଇଥିଲା ।
୧୯୭୬ ମସିହାରେ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ
Friday, March 06, 2026
0