ମୁରିବାହାଲ ,୩।୩ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାର ପୁରନ୍ଧର ତରିଆ (୭୨)ବର୍ଷଙ୍କ ସୋମବାର ରାତ୍ର ୮ ଘଣ୍ଟିକା ରେ ନିଜ ବାସଭବନ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି।ସେ ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ଅଞ୍ଚଳର ଜଣେ ମିଷ୍ଟିଭାସି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। ସେ ମୁରିବାହାଲ ଗୋପବନ୍ଧୁ ଯୁବକ ସଂଘର ପୁର୍ବତନ ସଭାପତି ତଥା ସାର୍ବଜନୀନ ଦୂର୍ଗାପୂଜା କମିଟିର ବର୍ତ୍ତମାନ ସଭାପତି ଅଜିତ ତରିଆଙ୍କ ବାପା ଅଟନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ପ୍ରେମ ଶିଳା ତରିଆ, ବଡପୁଅ ଅଶୋକ ତରିଆ ଓ ସାନପୁଅ ଅଜିତ ତରିଆ, ଦୁଇ ବୋହୂ, ନାତି ନାତୁଣୀ, ଘରର ସମସ୍ତ ସଦସ୍ୟ ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ସେ ଜଣେ ଅମାୟିକ ଓ ବନ୍ଧୁବତ୍ସଳ ବ୍ୟକ୍ତିଭାବେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ତାଙ୍କ ଅନ୍ତେଷ୍ଟିରେ ଗ୍ରାମ ତଥା ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ। ବଡପୁଅ ଅଶୋକ ତରିଆ ମୁଖାଗ୍ନୀ ଦେଇଥିଲେ।
ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ପ୍ରତିଷ୍ଠାତା ପୁରନ୍ଧର ତରିଆ ଙ୍କ ପରଲୋକ
Tuesday, March 03, 2026
0