ମା' ହୋଲିକା ଓ ଭକ୍ତ ପହଲାଦଙ୍କ ପୂଜା

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ଲାଗି ପ୍ରସ୍ତୁତି ଶେଷ ହୋଇଥିବାବେଳେ ସୋମବାର ହୋଲିକା ପୂଜା କରାଯାଇଛି । ଏଥିରେ ଘରର ମହିଳା, ପୁରୁଷ ଓ ପିଲାମାନେ ପାରମ୍ପରିକ ପୋଷାକରେ ମା' ହୋଲିକାଙ୍କ ପୂଜା କରିବା ସହ ପରସ୍ପରକୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି। ଅଗ୍ରୱାଲ ସେବା ଟ୍ରଷ୍ଟ ସଭାପତି କୈଳାସ ଅଗ୍ରୱାଲଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପାଳ ଫେମେନା, ବିଜୟ ଜିନ୍ଦଲ, ରାଜେଶ ଖନା, ନାରାୟଣ ଅଗ୍ରୱାଲ, ଅଜୟ ଜୈନ, ଗୋପାଳ ବଂଶଲ , ଅନୁପ ଜୈନ ମନ୍ତୁ,ଲଳିତ ଆର୍ଯ୍ୟ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ରାତ୍ରି ୧.୫୫ ଟାରେ ହୋଲିକା ଦହନ କରାଯିବ ବେଳେ ଗତ କାଲି ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଥିବାରୁ ବୁଧବାର ଦିନେ ହୋଲି ରଙ୍ଗ ଖେଲା ହେବା ବୋଲି ସୂଚନା ଦେଇଛନ୍ତି କମିଟି ସଦସ୍ୟ ଅଜୟ ଅଗ୍ରୱାଲ ।ଆଜି ସନ୍ଧ୍ୟା ସମୟରେ ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଛି । ଏହି ବଜାର ପ୍ରାଙ୍ଗଣରେ ପ୍ରାୟ ୯୦ ବର୍ଷ ହେବ ଦୋଳପୂର୍ଣିମା ତଥା ହୋଲି ମହୋତ୍ସବ ପାଳନ କରାଯାଉଥିବା ଟ୍ରଷ୍ଟ ସଦସ୍ୟଙ୍କ ଠାରୁ ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default