କଟକ (ବ୍ୟୁରୋ) : ଓଡ଼ିଶାରେ ରକ୍ତ ସଙ୍କଟ ସମୟରେ ସର୍ବଦା ମାନବତାର ଉଦାହରଣ ସୃଷ୍ଟି କରୁଛି ଏଟିଏଚ ରକ୍ସ ପରିବାର। କଟକ ଏସସିବି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ପାଇଁ ଜରୁରୀ ଭିତ୍ତିରେ O+ ଗ୍ରୁପ ରକ୍ତର ଆବଶ୍ୟକତା ପଡ଼ିଥିଲା।
ଏହି ସମୟରେ ଏଟିଏଚ ରକ୍ସ ପରିବାର, ଓଡ଼ିଶାର ମାର୍ଗଦର୍ଶକ ସୌମ୍ୟ ରଞ୍ଜନ ଦାସ (ଯାଜପୁର ଜିଲ୍ଲା) ଘଟଣାଟିକୁ ଗୁରୁତ୍ୱ ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ୍ ରକ୍ତଦାନ କରି ରୋଗୀଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇଥିଲେ। ତାଙ୍କର ଏହି ମାନବିକ ପଦକ୍ଷେପ ସମାଜରେ ପ୍ରଶଂସାର ବିଷୟ ହୋଇଛି।
ସମାଜ କଲ୍ୟାଣ ମାର୍ଗରେ ନିଜକୁ ସଦା ନିୟୋଜିତ ରଖି ଏବଂ ଏଟିଏଚ ରକ୍ସ ପରିବାରକୁ ସଠିକ୍ ମାର୍ଗଦର୍ଶନ କରୁଥିବାରୁ ପରିବାର ତରଫରୁ ତାଙ୍କୁ ହୃଦୟଙ୍ଗମ କୃତଜ୍ଞତା ଜଣାଇଯାଇଛି। ଖରାଦିନ ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ରକ୍ତ ସଙ୍କଟ ଦୂର କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଆୟୋଜନ କରିବା ଅତ୍ୟାବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

