୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଜୟରାମ ନାୟକଙ୍କ ଅକାଳ ବିୟୋଗରେ ଶୋକ, ପରିବାରକୁ ସହାୟତା ପ୍ରଦାନ

ଆଜତକ ଓଡ଼ିଶା
0

ନବରଙ୍ଗପୁର, (ବ୍ୟୁରୋ): ବିଧିର ବିଧାନ ଥିଲା ଅଲଗା। କମ ବୟସରେ ଝଡ଼ି ପଡ଼ିଲେ ହୀରା ପରି ପୁଅ। ଏଭଳି ଦୁଃଖଦ ଖବର ନବରଙ୍ଗପୁର ଜିଲ୍ଲାରୁ ଆସିଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନାହାନମୁଣ୍ଡା ଗ୍ରାମର ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଜୟରାମ ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ମହାସଂଘ, ଓଡ଼ିଶା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମହାସଂଘ ପକ୍ଷରୁ ଦୁଃଖ ସନ୍ତପ୍ତ ପରିବାରଙ୍କୁ ସ୍ୱଳ୍ପ ସହଯୋଗ ରାଶି ପ୍ରଦାନ କରାଯାଇଥିଲା। ସେହି ସହିତ ଜୟରାମ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ଏବଂ ଦୁଇ ମିନିଟ ନିରବ ପ୍ରାର୍ଥନା ପାଳନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ରଘୁନାଥ ପଣ୍ଡା, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଧ୍ରୁବ ଚରଣ ମାଝୀ, ଶାନ୍ତନୁ ପାତ୍ର, ବିମ୍ବାଧର ନିହାଲ, ପାଇଲଟ ବେଲଫର ହରିଜନ ସହିତ ତୁଷାର ନିହାଲ ଓ ପ୍ରକାଶ ମହାନ୍ତ ଆଦି ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default