ବର୍ଷାରେ ଭାଙ୍ଗିଲା ଗଛ, ଫସଲ ନଷ୍ଟ

ଆଜତକ ଓଡ଼ିଶା
0

ବେଲପଡ଼ା, (ବ୍ୟୁରୋ) : ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଅଞ୍ଚଳରେ ଗତକାଲି ଅଦିନିଆ ବର୍ଷା ସହ ଜୋର ହାଡ଼ିଆ ପବନ ବହିଥିବା ଦେଖିବାକୁ ମିଳିଛି। ପବନର ତୀବ୍ରତା ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଚାଷୀମାନଙ୍କର ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବେଲପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ବଡ଼ ଗଛ ଭାଙ୍ଗି ପଡ଼ିଥିଲେ ମଧ୍ୟ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ପରେ ବେଲପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଗଛଟିକୁ କାଟି ସଡକ ସଫା କରିଥିଲେ। ସେହିପରି ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଯୋଗୁଁ ଚାଷୀମାନଙ୍କ ଫସଲ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default