କୋକସରା ଖୁଣ୍ଟିଆ ପଞ୍ଚାୟତ ରେ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ବିଧାନସଭା ରେ ବିଧାୟକ ଙ୍କ ଦାବି
Friday, March 20, 2026
0
ଧର୍ମଗଡ,(ପ୍ରଦିପ ସେଠିଆ) ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଗଡ ଓ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ ପାଖାପାଖି ୨୦ ଗ୍ରାମ ର ଚାଷୀ ଙ୍କ ପାଇଁ ଜଳସେଚନ ର ବ୍ୟବସ୍ଥା ନଥିବା ବେଳେ ପ୍ରତିବର୍ଷ ଅନାବୃଷ୍ଟି ରେ ଏହି ଅଞ୍ଚଳ ର ଚାଷୀମାନେ ମରୁଡି ର ସମ୍ମୁଖୀନ ହୋଇ ଆସୁଛନ୍ତି। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ମଧ୍ୟ ଏହି ଅଞ୍ଚଳ ର ଚାଷୀମାନେ ଜଳସେଚନ ରୁ ବଞ୍ଚିତ ରହିଛନ୍ତି । ଏନେଇ ଅଞ୍ଚଳ ର ଚାଷୀ ମାନେ ବିଭିନ୍ନ ସମୟରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ବିଭାଗୀୟ ଅଧିକାରୀ ଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଖୁଣ୍ଟିଆ ପଞ୍ଚାୟତ ରେ ଥିବା ମୁଟ୍ରା ନଦୀ ରୁ ମେଗା ଜଳସେଚନ ପ୍ରକଳ୍ପ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ। ବିଧାୟକ ଚାଷି ଙ୍କ ଜଳସେଚନ ସମସ୍ୟା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ ଙ୍କୁ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଶୀ ଅବଗତ କରାଇଥିବା ବେଳେ ଆଜି ବିଧାନସଭା ର ଶୂନ୍ୟ ପ୍ରଶ୍ନକାଳ ରେ ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଇବା ସହ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଜଳସେଚନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ ନିକଟରେ ଥିବା ଯୋଜନା ର କାର୍ଯ୍ୟକାରିତା ନେଇ ପ୍ରଶ୍ନ କରିଛନ୍ତି।

