ସଡ଼କ ସୁରକ୍ଷା ସଚେତନତା ପାଇଁ 'TMT' ଏବଂ 'TNT Institute' ପକ୍ଷରୁ ମିଳିତ ପଦଯାତ୍ରା

ଆଜତକ ଓଡ଼ିଶା
0


ବ୍ରହ୍ମପୁର (ବ୍ୟୁରୋ) : ସଡ଼କ ଦୁର୍ଘଟଣା ରୋକିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି 'TMT' ଏବଂ 'TNT Institute' ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ସହରର ବ୍ୟସ୍ତବହୁଳ କାମାପଲ୍ଲୀ ଛକରୁ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ଏବଂ ଛାତ୍ରଛାତ୍ରୀମାନେ ହାତରେ ବିଭିନ୍ନ ସଚେତନତାଧର୍ମୀ ପ୍ଲାକାର୍ଡ ଓ ବ୍ୟାନର ଧରି "ସୁରକ୍ଷିତ ଗାଡ଼ି ଚଲାନ୍ତୁ, ଜୀବନ ବଞ୍ଚାନ୍ତୁ" ଭଳି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। TMT ଏବଂ TNT Institute ର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ, ସାମ୍ପ୍ରତିକ ସମୟରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏହିଭଳି କାର୍ଯ୍ୟକ୍ରମ ସମାଜ ପାଇଁ ଅତ୍ୟନ୍ତ ଜରୁରୀ। କାର୍ଯ୍ୟକ୍ରମ ରେ tnt ର ମୁଖ୍ୟ ଡ. ଅଜୟ କୁମାର ଦ୍ୱିବେଦୀ ଉପସ୍ଥିତ ରହି ଉଦ୍ଘାଟନ ତଥା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ tmt ର ସମ୍ପାଦିକା ସୁଶ୍ରୀ ଅନ୍ୱେଷା ଏବଂ ସୁଶ୍ରୀ ସ୍ଵାତୀ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମରେ tnt ra ବରିଷ୍ଠ ଶିକ୍ଷକ ସୁଶାନ୍ତ ସମସ୍ତ ଦାୟିତ୍ଵ ତୁଲାଇ ଥିଲେ ଏହାକୁ ସମସ୍ତ କାର୍ଯ୍ୟକର୍ତ୍ତା ସାହାଯ୍ୟ କରିଥିଲେ ତ୍ସ୍ଥାନୀୟ ଜନସାଧାରଣ ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରିଛନ୍ତି। ଏହି ରାଲିରେ ଉଭୟ ଅନୁଷ୍ଠାନର ଅଧିକାରୀ, ଶିକ୍ଷକ ଓ ସ୍ୱେଚ୍ଛାସେବୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default