ନୁଆପଡା, (ପରମେଶ୍ଵର ମେହେର ୧/୦୨) ନୁଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଜିଲ୍ଲା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଫ୍ରି ଟିମ୍ ସହିତ ସିନାପାଲି ବ୍ଲକ୍ର ଟିମନପୁର ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଦଳରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ, ଏନ୍ଏଚ୍ଏମ୍ ଡିପିଏମ୍ ସତ୍ୟନାରାୟଣ ତ୍ରିପାଠୀ, ଉପ ନିର୍ଦ୍ଦେଶକ (ପ୍ଲାନିଂ) ଦିଲେଶ୍ୱର ଧରୁଆ ଏବଂ ସିନାପାଲି ବିଡିଓ କାର୍ମୀ ଓରାମଙ୍କ ନେତୃତ୍ୱରେ ବ୍ଲକ୍ ସ୍ତରୀୟ ଟିମ୍ ସାମିଲ୍ ଥିଲେ।ପରିଦର୍ଶନ ସମୟରେ ଟିମନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ‘ବର୍ତନ ବ୍ୟାଙ୍କ’ ଉଦ୍ଘାଟନ କରାଯାଇଥିଲା। ଏହା ମାଧ୍ୟମରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାର କମାଇ ପରିବେଶ ସୁରକ୍ଷା ଦିଗରେ ଜନସାଧାରଣଙ୍କୁ ଉତ୍ସାହିତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳ ଓ ଟିମନପୁର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଆବାସିକ ଛାତ୍ରଛାତ୍ରୀଙ୍କ ସହିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଆଶ୍ରମ ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନଗ୍ରହଣ କରି ସରକାରୀ ନିୟମାବଳୀ ଅନୁଯାୟୀ ଭୋଜନ ଖର୍ଚ୍ଚ ପାଇଁ ୫୦୦ ଟଙ୍କା ଜମା ଦେଇଥିଲେ।ଏହି ଅବସରରେ “ଆସ ପିଲାଙ୍କ ଯତ୍ନ ନେବା” ପରି ଉଦ୍ୟମଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଶିଶୁମାନଙ୍କ ସାମଗ୍ରିକ ବିକାଶ, ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସମୁଦାୟର ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ। ଟିମନପୁର ହାଇସ୍କୁଲ୍ ପରିଦର୍ଶନ ସମୟରେ ମଧ୍ୟ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧୀ ସଚେତନତା ଓ ପରିବେଶ ସୁରକ୍ଷା ସନ୍ଦେଶ ଦିଆଯାଇଥିଲା।
ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧୀ ସଚେତନତା, ତା ସହ ବର୍ତନ ବ୍ୟାଙ୍କ ଉଦ୍ଘାଟନ କଲେ ଜିଲ୍ଲାପାଳ
Sunday, February 01, 2026
0