କଣ୍ଟାବାଞ୍ଜି JMFC କୋର୍ଟର ସରକାରୀ ଓକିଲ ଭାବେ ବିବେକ ଶର୍ମାଙ୍କ ନିଯୁକ୍ତି, ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି, (ବ୍ୟୁରୋ) ପ୍ରେସ କ୍ଲବ କଣ୍ଟାବାଞ୍ଜିର ଆଇନ ପରାମର୍ଶଦାତା ଆଇନଜୀବୀ ବିବେକ ଶର୍ମାଙ୍କୁ କଣ୍ଟାବାଞ୍ଜି JMFC କୋର୍ଟର ସରକାରୀ ଓକିଲ ଭାବେ ଓଡ଼ିଶା ସରକାର ପକ୍ଷରୁ ନିଯୁକ୍ତି ମିଳିଥିବାରୁ ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ସମ୍ବର୍ଦ୍ଧନା ଅବସରରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ପାଦକ ସୁରୁଦାସ ବାଗ, କୋଷାଧ୍ୟକ୍ଷ କମଲଜିତ ସିଂ ମଖିଜା, ଉପ-ସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେସନ ମାଝୀ, ପରାମର୍ଶଦାତା ଆଶିଷ ଖାଇତାନ ସହ ସଦସ୍ୟ କମଳ ଅଗ୍ରୱାଲ ଓ ଅମିତ ଶର୍ମା ଉପସ୍ଥିତ ଥିଲେ। ଏହି ଅବସରରେ ସଭ୍ୟମାନେ ବିବେକ ଶର୍ମାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇ ସଫଳ କାର୍ଯ୍ୟକାଳ କାମନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default