ଝାଡେଶ୍ୱର ମହାଦେବ ମନ୍ଦିରରେ ମହାଶିବରାତ୍ରି ମେଳା ଉଦଯାପିତ , (ମୁଖ୍ୟ ମାର୍ଗ ଦର୍ଶକ ବିଧାୟକ ଲକ୍ଷ୍ମଣ ବାଗ)

ଆଜତକ ଓଡ଼ିଶା
0

ସିନ୍ଧେକେଲା - ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ ଅନ୍ତର୍ଗତ ଅରସାତୁଲା ପଞ୍ଚାୟତ ଅଧିନସ୍ଥ ଦେହେଲି ଗ୍ରାମ ନିକଟରେ ଥିବା ଚାନ୍ଦଲି ପାହାଡ଼ ରେ ଅବସ୍ଥିତ ଝାଡେଶ୍ୱର ମହାଦେବ ମନ୍ଦିର ରେ ମହାଶିବରାତ୍ରି ମେଳା ଶତ ପ୍ରତିଶତ ସଫଳତା ସହ ସମ୍ପନ୍ନ ହୋଇଯାଇଛି । ଝାଡେଶ୍ୱର ମନ୍ଦିର ଉନ୍ନୟନ କମିଟି ସଭାପତି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନ , ପୂଜା କମିଟି ନୂତନ ସଭାପତି ଅର୍ସାତୁଲା ସରପଞ୍ଚ ମମିତା ପୁଟେଲ , ସମ୍ପାଦକ ଅମିତ ଜୈନଙ୍କ ସଭାପତିତ୍ବ , ମନ୍ଦିର ପରିଚାଳନା କମିଟିର ସମ୍ପାଦକ ବିଷମ ସାହୁଙ୍କ ଦାୟିତ୍ୱ , ପୂଜା କାର୍ଯ୍ୟ ନିର୍ବାହୀ ଅର୍ସାତୁଲା ସମିତି ସଭ୍ୟ ଵିନୋଦିନି ବାଗ , ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ , ଚାନ୍ଦୋତରା ସରପଞ୍ଚ ଜିତେନ ବଛା , ଅଲଣ୍ଡା ସରପଞ୍ଚ ନିବେଦିତା ବାଗ , ଭୁର୍ଷାଗୁଡା ସରପଞ୍ଚ ପୁଷ୍ପାଞ୍ଜଳି ଛୁରା , ଝଲପ ସରପଞ୍ଚ କିଆଫୁଲ ପୁଟେଲ , ବଙ୍ଗୋମୁଣ୍ଡା ବ୍ଲକ ର ସମସ୍ତ ସମିତି ସଭ୍ୟ ସମେତ ଅର୍ସାତୁଲା ପଞ୍ଚାୟତ ର ଅର୍ସାତୁଲା ସମେତ ଦେହେଲି , କୁରଡ଼ିଆମୁଣ୍ଡା , ଜୁନାପରା , ବାଳବେଙ୍ଗ , ତେତେଲପଡା ଓ ସିନ୍ଧେକେଲା ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଆୟୋଜିତ ମହାଶିବରାତ୍ରି ମେଳାରେ କଲସଯାତ୍ରା ସହ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ପୂଜକ ଭାବରେ ପଣ୍ଡିତ ଉମାସଙ୍କର ତ୍ରିପାଠୀ ଯୋଗଦେଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ହେମନ୍ତ ସାହୁ ସପତ୍ନୀ କାନ୍ତି ସାହୁ ଓ ବିଷମ ମାଝୀ ସପତ୍ନୀ ଲକ୍ଷ୍ମୀକାନ୍ତି ମାଝି କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ମନ୍ଦିର ପୂଜକ ସଦାନନ୍ଦ ସାହୁ ଚାନ୍ଦଲି ପାହାଡ ରେ ଥିବା ଗୁମ୍ଫାର ଦର୍ଶନ ସମସ୍ତଙ୍କୁ କରାଇଥିଲେ । ଏହି ଅବସରରେ ଅନ୍ତିମ ରଜନୀ ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ତରଫରୁ ଆୟୋଜିତ ତଥା ମାଁ ହରଚଣ୍ଡୀ ଢାପଦଳ କଳା ସଂସ୍କୃତ ଅନୁଷ୍ଠାନ ବାଳବେଙ୍ଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଭୋଳାନାଥ ବେହେରା , ମୁଖ୍ୟ ବିଚାରକ ଭାବରେ ନରେନ୍ଦ୍ର ସାହୁ , ଦ୍ବିତୀୟ ବିଚାରକ ଭାବେ ସୁଜିତ କୁମାର ଦାସ , ତୃତୀୟ ବିଚାରକ ଭାବେ କୁନ୍ଦନ ଛୁରା ଉପସ୍ଥିତ ଥିଲେ । ତାଙ୍କ ଦ୍ୱାରା ପ୍ରତିଯୋଗିତାରେ ବିଜେତା ମାନଙ୍କୁ କମିଟି ପକ୍ଷରୁ ପ୍ରମାଣପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଗଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default