ଶ୍ରୀକୃଷ୍ଣ ସ୍ନେହ ଗୁରୁକୁଳର ଷୋଡ଼ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ବାଲେଶ୍ୱର (ଲକ୍ଷ୍ମୀଧର ବାରିକ) : ପାଟଣାକୁରୁଡ଼ା, ଅଞ୍ଜିଠାରେ ଥିବା ଶ୍ରୀକୃଷ୍ଣ ସ୍ନେହ ଗୁରୁକୁଳର ଷୋଡ଼ଶ ବାର୍ଷିକ ଉତ୍ସବ ଆୟୋଜିତ ହୋଇଅଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ବଳନ ଓ ଶ୍ରୀବିଗ୍ରହରେ ପୁଷ୍ପାଞ୍ଜଳି ପ୍ରଦାନକରି ମଞ୍ଚାସୀନ ଅତିଥିଗଣ ଚାରାଗଛରେ ଜଳଦାନକରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋପାଳପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଭୟ କୁମାର ମହାନ୍ତି ପିଲାଙ୍କ ଶିକ୍ଷା ପାଇଁ ମାଆମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କେତେକ ଉପାଦେୟ କଥା କହିଥିଲେ। ମୁଖ୍ୟବକ୍ତା ୟୁଏନ୍ କଲେଜ ସୋର ବରିଷ୍ଠ ବାଣିଜ୍ୟ ଅଧ୍ୟାପକ ପ୍ରଶାନ୍ତ କୁମାର ମହାନ୍ତ ସାନ୍ଦିପନୀଙ୍କ ଗୁରୁକୁଳ ଆଶ୍ରମରେ ଶ୍ରୀକୃଷ୍ଣ ମାତ୍ର ୬୪ ଦିନ ରହି ୬୪ କଳା ଓ ୧୪ ପ୍ରକାର ବିଦ୍ୟା ହାସଲ କରିଥିଲେ ଏବଂ ତାହା ଆଜିର ଦିନରେ ପ୍ରାସଙ୍ଗିକ ବୋଲି ଉଲ୍ଲେଖ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଇଂ ସୁରେଶ ଚନ୍ଦ୍ର ବେହେରା ଓ ସମ୍ପାଦକ ଆଦିତ୍ୟ ନାରାୟଣ ମିଶ୍ର ୧୬ ବର୍ଷ ମଧ୍ୟରେ ଅନୁଷ୍ଠାନର ଗତି ଓ ପ୍ରଗତିର ମୂଲ୍ୟାୟନ କରିଥିଲେ। ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବାରିକ୍ ବାର୍ଷିକ ବିବରଣୀ ପାଠ, ବୁଦ୍ଧିରାମ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ମନୋଜ୍ଞ ଭାବେ ମଞ୍ଚ ପରିଚାଳନା କରିଥିଲେ। ଶ୍ରୀମାନ ଜିତେନ୍ କୁମାରଙ୍କୁ କୃତୀ ଛାତ୍ର ସମ୍ମାନ ଦିଆଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରେପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ନାଚଗୀତ ଓ ନାଟକକୁ ବହୁସଂଖ୍ୟକ ଦର୍ଶକ ଉପଭୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default