ନୂଆପଡ଼ା (ବିରବଲ ପ୍ରଧାନ) ଜିତାମିତ୍ର ଉଚ୍ଚ ବିଦ୍ୟାଳୟ କୋମନା କ୍ରୀଡା ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସି.ଏମ, ଟ୍ରଫି ଫୁଟବଲ ପାଇଁ ୧୪ ବର୍ଷରୁ କମ ବୟସ ବାଳକ ଓ ବାଳିକା ମାନଙ୍କ ଫୁଟବଲ ଚୟନ ପ୍ରକ୍ରୀୟ ଆୟୋଜିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏଥିପାଇଁ ସ୍ଥାନୀୟ ଖେଳ ଶିକ୍ଷକ ଓ ବରିଷ୍ଠ ଖେଳାଳୀଙ୍କୁ ନେଇ ଏକ ପରିଚାଳନା ବୈଠକ ଆୟୋଜିତ ହୋଇଥିଲା । ୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଆଜି ସକାଳ ୮ ଘଣ୍ଟା ସମୟରୁ ଦିନ ୫ ଘଣ୍ଟା ପର୍ଯ୍ୟନ୍ତ ଚୟନ ପ୍ରକ୍ରୀୟା ଚାଲୁ ରହିଥିଲା । ଜିଲ୍ଲାର ସମସ୍ତ ୫ ଗୋଟି ବ୍ଲକ ର ଏବଂ ୩ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ ବାଳକ ଓ ବାଳିକା ଚୟନ ପ୍ରକ୍ରୀୟାରେ ସାମିଲ ହୋଇ ନିଜ ନିଜର ଫୁଟବଲ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଏହି ଚୟନ ପ୍ରକ୍ରୀୟାର ବାଳକ ବିଭାଗରେ ୧୦ ଗୋଟି ଦଳ ଓ ବାଳିକା ବିଭାଗରେ ୬ ଗୋଟି ଦଳ ଗଠନ କରାଯାଇ ଜିଲ୍ଲା ସ୍ତରୀୟ ସି ଏମ ଟ୍ରଫି ଫୁଟବଲ ଖେଳ ଆୟୋଜିତ ହେବା ନିମନ୍ତେ ସ୍ଥିରୀକୃତ ହୋଇଅଛି । ଆଗାମୀ ଦିନରେ ଓଡ଼ିଶା ଫୁଟବଲ ଏସୋସିଏସନର ନିର୍ଦ୍ଦେଶ ମୁତାବକ ପରବର୍ତୀ ଖେଳ ଆୟୋଜନ ହେବ । ଆଜିର ଚୟନ ପ୍ରକ୍ରୀୟାକୁ ଜିଲ୍ଲାର ଅଭିଜ୍ଞ ଖେଳ ଶିକ୍ଷକ ମହତାବ ଆଡଯୁଆଡ, ସରୋଜ କୁମାର ପ୍ରଧାନ, ହରିହର ସାହୁ, ଦୋଳମଣି ନିଆଲ, ବଳରାମ ସରାଫ, ଦେବବ୍ରତ ସାହୁ, ଭୁବନେଶ୍ଵର ଛତ୍ରିଆ, ତାପସ କୁମାର ପତି, କୁମାରୀ କୌଶଲ୍ୟା ମାଝୀ ପ୍ରମୁଖ ପରିଚାଳନା କରିଥିଲେ । ସଠିକ ଜନ୍ମ ପ୍ରମାଣ ପତ୍ର ଏବଂ ଆଧାର କାର୍ଡ ଦାଖଲ କରିଥିବା ଖେଳାଳୀ ମାନେ ନିଜ ଖେଳ ଅଭ୍ୟାସ ଜାରୀ ରଖିବାକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତଙ୍କୁ ନିଜ ଅଭିଭାଷଣରେ ଜଣେଇ ଦେଇଥିଲେ । ଜିଲ୍ଲାପାଳଙ୍କ ବଳିଷ୍ଠ ନେତୃତ୍ୱ ତଥା ଉଚିତ ମାର୍ଗଦର୍ଶନରେ ଜିଲ୍ଲାରେ ସମସ୍ତ ଖେଳ ଅତି ସୁନ୍ଦର ଭାବରେ ଆୟୋଜିତ ହେଉଥିବା ବିଷୟରେ କ୍ରୀଡା ଅଧିକାରୀ ପ୍ରକାଶ କରିଥିଲେ ।
ଜିତାମିତ୍ର ଉଚ୍ଚ ବିଦ୍ୟାଳୟ କୋମନାରେ ଜିଲ୍ଲା ସ୍ତରୀୟ ସି.ଏମ, ଟ୍ରଫି ଫୁଟବଲ ୟୁ ୧୪ ପାଇଁ ବାଳକ ଓ ବାଳିକା ଚୟନ
Wednesday, February 18, 2026
0