କଣ୍ଟାବାଞ୍ଜି ପାନ୍ଥର୍ସର ୪୩ ରନରେ ବିଜୟୀ, ସେମିଫାଇନାଲକୁ ପ୍ରବେଶ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି : (ବ୍ୟୁରୋ) ଟାଉନ ଇଲେଭେନ କ୍ରିକେଟ କ୍ଲବର ଆନୁକୂଲ୍ୟରେ ଚଳିତ କଣ୍ଟାବାଞ୍ଜି କ୍ରିକେଟ ପ୍ରିମିୟର ଲିଗ ସିଜନ-୧ ର ଦ୍ୱାଦଶ ମ୍ୟାଚରେ କଣ୍ଟାବାଞ୍ଜି ପାନ୍ଥର୍ସ ଦଳ କଣ୍ଟାବାଞ୍ଜି ଷ୍ଟାର କୁ ୪୩ ରନରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି। ଟସ ଜିତି ପାନ୍ଥର୍ସ ଦଳ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୪୩ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଚିଣ୍ଟୁ ନାୟକ ୪୧ ରନ, ସୁଶାନ୍ତ ପୁଟେଲ ୩୮ ରନ ଓ ଦୀପକ ହାତୀ ୧୮ ରନ କରିଥିଲେ।

ଷ୍ଟାର ଦଳ ପକ୍ଷରୁ କୃଷ୍ଣ ଜାଲ, ଏସ.କେ. ଏସ୍ମାଇଲ, ସଚିନ ଗଣେଶ ଓ କାଲେ ସିଂ ପ୍ରତ୍ୟେକ ୨ଟି ଲେଖାଏଁ ବିକେଟ ଅକ୍ତିଆର କରିଥିବା ବେଳେ ପ୍ରକାଶ ପୁଟେଲ ୧ଟି ବିକେଟ ନେଇଥିଲେ। ଜବାବରେ କଣ୍ଟାବାଞ୍ଜି ଷ୍ଟାର ଦଳ ୯୯ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଧୀରଜ ଭୋଇ ୨୭ ରନ, ଚରଣ କୁମାର ୧୬ ରନ ଓ ରୁକୁ ବଛା ୧୬ ରନ କରିଥିଲେ। ପାନ୍ଥର୍ସ ଦଳ ପକ୍ଷରୁ ରୁଦ୍ର ବାଗ ୩ଟି, ସୁଶାନ୍ତ ପୁଟେଲ ୨ଟି ଓ ମୁକେଶ ମେହେର ୨ଟି ବିକେଟ ଅକ୍ତିଆର କରିଥିଲେ। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ସୁଶାନ୍ତ ପୁଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default