ବରକୋଳି ଚାଷକରି ଲକ୍ଷପତି ଚାଷୀ ; ଦୂରହେବ ଦାଦନ ସମସ୍ୟା

ଆଜତକ ଓଡ଼ିଶା
0

ବେଲପଡ଼ା, (ବ୍ୟୁରୋ) ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତର ହଟକଟ ଗାଁରେ ବରକୋଳି (ବୁରୋ ) ଚାଷକରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀ । ଗାଁର ଲୋକନାଥ ଭୋଇ ନିଜ ଏକ ଏକର ଜମିରେ ରେଟ୍ କାଶ୍ମୀର ବରକୋଳି ଚାଷ କରିଥିଲେ, ଯେଉଁଠି ରେ ୪ ଲକ୍ଷ ଟଙ୍କା ରୋଜଗ ରାଜଗାର କରିଥିବା କହିଛନ୍ତି। ସେ ସହପରି ଗାଁର ଅକ୍ଷୟ ଭୋଇ ମଧ୍ୟ ନିଜ ଅଧା ଏକର ଜମିରେ ବରକୋଳି ଚାଷ କରିଛନ୍ତି | ସେ ମଧ୍ୟ ୧.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ବରକୋଳିର ବେଶ ବେଶ ଚାହିଦା ରହିଥ‌ିବା ବେଳେ କେଜି ପ୍ରତି ୮୦ ଟଙ୍କା ରେ ବିକ୍ରୟ କରୁଥିବା ଚାଷୀ କହିଛନ୍ତି । ତେବେ ଆବଶ୍ୟକ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ମାନେ ସ୍ଥାନୀୟ ପାଟଣାଗଡ଼ ବେଲପଡ଼ା, କଣ୍ଟାବାଞ୍ଜି, ମଣ୍ଡଳ ଧୂମାଭଟା ଆଦି ବଜାରକୁ ନେଇ ନିଜେ ବିକ୍ରୟ କରିଥିବା କହିଛନ୍ତି। ଅନ୍ୟପଟେ କମ୍ ପରିଶ୍ରମକୁ ଅଧିକ ଲାଭ ପାଉଥିବାରୁ ଚାଷୀମାନେ ବେଶ ଖୁସି ଅନୁଭବ କରୁଛନ୍ତି | ଆଗାମୀ ଦିନରେ ଏହି ଅଞ୍ଚଳରେ ବରକୋଳି ଚାଷ ବଢ଼ିଲେ ଦାଦନ ସମସ୍ୟା ଦୁରହେବ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default