ସିନ୍ଧେକେଲା ଦ୍ୱାଦଶ ତମ ବିରାଟ ଧନୁଯାତ୍ରାର ଦ୍ଵିତୀୟ ଦିବସ

ଆଜତକ ଓଡ଼ିଶା
0

(ଗୋପିଙ୍କ ମଥୁରାରେ ଦଧି ବିକା , ବିଜୁଳି କନ୍ୟାର ଶୂନ୍ୟବାଣୀ)


ସିନ୍ଧେକେଲା,୫/୨  - ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲାରେ ଆୟୋଜିତ ଦ୍ୱାଦଶ ତମ ବିରାଟ ଧନୁଯାତ୍ରାର ଦ୍ଵିତୀୟ ଦିବସ ଭକ୍ତି, ଆନନ୍ଦ ଓ ସାଂସ୍କୃତିକ ରସରେ ପୂର୍ଣ୍ଣ ହୋଇଥିଲା। ମଥୁରା ନଗରୀରେ ଗୋପିମାନଙ୍କ ଦ୍ୱାରା ଦଧି ବିକାର ଅଭିନୟ ଦର୍ଶକମାନଙ୍କୁ ଅତ୍ୟନ୍ତ ଆକର୍ଷିତ କରିଥିଲା। କୃଷ୍ଣ କୁ ନେଇ ବସୁଦେଵ ଙ୍କ ଗୋପ କୁ ଗମନ , ଗୋପପୁର ରେ କୃଷ୍ଣ ଜନ୍ମ , ନନ୍ଦୋତ୍ସଵ , ଭଜନ କୀର୍ତ୍ତନ , ଗୋପର ଶୋଭା ବର୍ଣ୍ଣନା ଆଦି କଥାବସ୍ତୁ ଆଧାରରେ ନାଟ୍ୟାଭିନୟ ଅଭିନିତ ହୋଇଥିଲା । କଂସ ଦରବାରରେ ରାଜକୀୟ ଅତିଥି ଭାବେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଜୟନ୍ତ ବାଗ ଉପସ୍ଥିତ ରହି ଧନୁଯାତ୍ରାର ଐତିହ୍ୟ ଓ ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଗ୍ରୀଡ଼ ଜେଇ ଶିବ ସୁନ୍ଦର ଦାସ ମଧ୍ୟ ଏହି ମହୋତ୍ସବର ସଫଳତା ପାଇଁ ସହଯୋଗ ଓ ପ୍ରଶଂସା ଜଣାଇଥିଲେ।

ବ୍ରହ୍ମକୁମାରୀ ସଂସ୍ଥାର ଗାୟତ୍ରୀ ଦିଦି ଓ ଯମୁନା ଦିଦି ଆତ୍ମିକ ଜାଗୃତି ଓ ନୈତିକ ମୂଲ୍ୟବୋଧ ଉପରେ ମତବ୍ୟକ୍ତ କରି ଉପସ୍ଥିତ ଦର୍ଶକମାନଙ୍କୁ ପ୍ରେରଣା ଦେଇଥିଲେ  । ସାଂସ୍କୃତିକ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ସିଗନିପାଲିର ଛୁମକୁ ଛୁମା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସାଂସ୍କୃତିକ ସମ୍ପାଦକ ସୁଧାକର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଧନୁଯାତ୍ରା କମିଟି ସଭାପତି ବିରେନ୍ଦ୍ର ନାରାୟଣ ସିଂଦେଓ , ସାଧାରଣ ସମ୍ପାଦକ ଅନିଲ ନାଏକ , ଉପ ସଭାପତି ଉମାଶଙ୍କର ତ୍ରିପାଠୀ , ସୁରେନ୍ଦ୍ର ନାରାୟଣ ସିଂଦେଓ , ସହ ସମ୍ପାଦକ ପରମା ସାହୁ ,  ଜୟନ୍ତ ଖମାରି , କୋଷାଧ୍ୟକ୍ଷ ଓମ ପ୍ରକାଶ ସାହୁ , ଦିନେଶ ବଛା , ବଣ୍ଟି ଜୈନ , ସଂଜୟ ସିଂଦେଓ , କନ୍ଦର୍ପ ସାହୁ , ସନ୍ତୋଷ ରଣା , ଜଗନ୍ନାଥ ବେହେରା , ମୁକେଶ ସାହୁ , ପ୍ରମା ସାହୁ , କେଦାର ସାହୁ , ଶିବା ଅଦା , ପିଣ୍ଟୁ ଯୁଗନିଆ , ବାବୁଲାଲ ସାହୁ , ଉମା ସାହୁ , ଶିବା ସାହୁ , ମଣ୍ଟୁ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default