ନୂଆପଡାରେ ପ୍ରସବ ପୂର୍ବ ଗର୍ଭ ନିର୍ଣ୍ଣୟ ଆଇନ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ନୂଆପଡା (ବିରବଲ ପ୍ରଧାନ) : ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ଦିଗରେ କଡା ଆଇନଗତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ Pre-Conception and Pre-Natal Diagnostic Techniques (PCPNDT) Act, 1994 ଉପରେ ଏକ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସରକାରୀ ଡାକ୍ତରଖାନା ଓ ବେସରକାରି ଅଲଟ୍ରା ସାଉଣ୍ଡ କ୍ଲିନିକ୍‌ର ମାଲିକ ଓ କାର୍ଯ୍ୟରତ ଡାକ୍ତରମାନେ ଅଂଶଗ୍ରହଣ କରି ଏହି ଆଇନର ବିଭିନ୍ନ ନିୟମାବଳୀ, ଆଇନଗତ ଦାୟିତ୍ୱ ଓ ଉଲ୍ଲଂଘନ କରିଲେ ହେବାକୁଥିବା କଠୋର ଦଣ୍ଡ ବିଷୟରେ ସଚେତନ ହୋଇଥିଲେ।ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ଏହି ଆଇନକୁ କଡାକଡି ଭାବରେ ପାଳନ କରିବା ସମସ୍ତ କ୍ଲିନିକ୍ ଓ ଡାକ୍ତରମାନଙ୍କ ଆଇନଗତ ଓ ନୈତିକ ଦାୟିତ୍ୱ। ଲିଙ୍ଗ ଚୟନ ଭଳି ଅପରାଧ ସମାଜ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି ଓ ଏହାକୁ ମୂଳଚ୍ଛେଦ କରିବା ପାଇଁ ପ୍ରଶାସନ ସହ ସମସ୍ତ ଚିକିତ୍ସକଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ଗର୍ଭବତୀ ମହିଳାମାନଙ୍କ ପାଇଁ ନିଶୁଳ୍କ ଅଲଟ୍ରା ସାଉଣ୍ଡ ସେବାର ସଠିକ୍ ଓ ଉଚିତ୍ ରୂପାୟନ, ଆପାତକାଳୀନ USG ସୁବିଧା, ସଚେତନତା କାର୍ଯ୍ୟକ୍ରମ ଏବଂ ଡାକ୍ତରଖାନା ସ୍ତରରେ ନିୟମିତ ସମୀକ୍ଷାକୁ ପ୍ରଶାସନ ଗୁରୁତ୍ୱ ଦେବ। ଜିଲ୍ଲାର କୌଣସି ଔଷଧ ଦୋକାନରେ ଭୃଣ ହତ୍ୟା ପାଇଁ ଔଷଧ ବିକ୍ରି ହେବ ନାହିଁ । ବୈଠକରେ USG ସେବାର ସଂଖ୍ୟା ବୃଦ୍ଧି, ବ୍ଲକ ସ୍ତରରେ ନିଶ୍ଚିତ ଭାବେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ କମ୍‌ରେ ଗୋଟିଏ ଥର USG ପରୀକ୍ଷା ମିଳିବା, ଏବଂ PC & PNDT ଆଇନ ଉଲ୍ଲଂଘନ ବିରୋଧରେ କଠୋର ପଦକ୍ଷେପ ନେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଲଳିତ ମୋହନ ବିଶୀ, ଡା. ଦ୍ୱାରିକାନାଥ ସତ୍ୟପାଥୀ, ଡା. ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତିଙ୍କ ସହ ଅନ୍ୟାନ୍ୟ ଚିକିତ୍ସା ଅଧିକାରୀ ଓ ସମ୍ପର୍କିୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default