ଇରା ମହାନ୍ତିଙ୍କ ଗୀତ ରେ ଝୁମିଲେ ଦର୍ଶକ

ଆଜତକ ଓଡ଼ିଶା
0


ଖଡ଼ିଆଳ : ଖଡ଼ିଆଳ ମହୋତ୍ସବ -୨୦୨୬ ତୃତୀୟ ସନ୍ଧ୍ୟା ଆନୁଷ୍ଠାନିକ ଉଦଘାଟିତ। ଆଜିର ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ ନିଜ, ପରିବାର, ସମାଜର ସମସ୍ୟା କୁ ସୁଧାର ଆଣିଲେ ଉନ୍ନତ ସଭ୍ୟତା ସୃଷ୍ଟି ହୁଏ। ମୁଖ୍ୟବକ୍ତା ଭାବରେ ରସରାଜ ଅଚ୍ୟୁତାନନ୍ଦ ପୁରୋହିତ, ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ଖଡ଼ିଆଳ ବ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା, ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରେମାନନ୍ଦ ମାଝୀ, ଖଡ଼ିଆଳ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ଅମୋଘ ପଣ୍ଡା ଖଡିଆଳ ତହସିଲଦାର ନରସିଂହ ଗଡବା, ସିନାପାଲି ବିଡ଼ିଓ କର୍ମୀ ଓରାମ ପ୍ରମୁଖ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଖଡିଆଳ ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ସୁନା ଅଧ୍ୟକ୍ଷତା କରିଥିବା ବେଲେ କୋଷାଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁଗ୍ମ ସମ୍ପାଦକ ପ୍ରବୀଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଖଡିଆଳ ଲିଟିଲଷ୍ଟାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଆଜିର ତୃତୀୟ ଓଡ଼ିଉଡ ଗାୟିକା ଇରା ମହାନ୍ତି ଓ ଦଳର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖଡ଼ିଆଳ ରାଜାଏଟି ହାଇସ୍କୁଲ ପଡ଼ିଆ ଠାରେ ବର୍ଜ୍ୟବସ୍ତୁ ସୃଜନଶୀଳ କଳାକାରୀ, ମଟକା ଫୋଡ, ଦଳଗତ ନୃତ୍ୟ ପ୍ରତିଯୋଗିତା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default