ଜୟପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ମହାକାଳ ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ଭବାନୀପାଟଣା (ସ୍ବାସ୍ତିଦୀପ ଆଦିତ୍ୟ) : ଜୟପାଟଣା ବ୍ଲକର ଅନଲାଭଟା ପଞ୍ଚାୟତ ଅନ୍ତର୍ଗତ ଜରିଗୁମା,ତିଙ୍ଗୋପାଖନା ସହିତ ଆସପାସ ଅଞ୍ଚଳରେ ମହାକାଲ ଫାଉଣ୍ଡେସନ ପକ୍ଷରୁ ଏକ ମାନବିକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଫାଉଣ୍ଡେସନର ପ୍ରତିଷ୍ଠାତା ସଂକେତ କୁମାର ଠାକୁର ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାକାଳ ଫାଉଣ୍ଡେସନର ଅଧ୍ୟକ୍ଷ ଶିବାନନ୍ଦ ପଣ୍ଡା, କାର୍ଯ୍ୟନିର୍ବାହୀ ସଦସ୍ୟ ଅଭିଜିତ ନନ୍ଦ ଏବଂ ସାମାଜିକ କର୍ମୀ ମିଲୁ ନାଏକ ଉପସ୍ଥିତ ରହି ସାମାଜିକ ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ,ଅସହାୟ ଓ ଆବଶ୍ୟକମନ୍ଦ ଲୋକଙ୍କୁ ଖାଦ୍ୟ ସହାୟତା ଯୋଗାଇ ଦିଆଯାଇଥିଲା। ମହାକାଳ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏପରି ସାମାଜିକ ଓ ମାନବିକ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ମହାକାଳ ଫାଉଣ୍ଡେସନର ଏହି ଉଦ୍ୟମକୁ ଖୁବ୍ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default