ଖଡିଆଳରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଆଜତକ ଓଡ଼ିଶା
0

ନୂଆପଡ଼ା  (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଖଡିଆଳ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଆଜି ସମୁଦାୟ ୬୭ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୫୧ ଟି ଓ ସାମୁହିକ ୧୬ଟି ଅଭିଯୋଗ ଥିଲା । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ଡି ଏଫ୍ ଓ ଅଜିଜ ଖାନ,ଡି ଏଫ୍ ଓ କେ ଏଲ ଏ ମାଧବୀ ଲତା, ସି ଡି ଏମ ଓ ଡ଼ ଧନେଶ୍ୱର ସେଠୀ , ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ ,ଉପ ଜିଲ୍ଲାପାଳ ସୁର୍ମୀ ସୋରେନ,ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଶ୍ରୀମତୀ ତନୟା ଶବର ପ୍ରମୁଖ ମଞ୍ଚାସିନ ଥିଲେ ।ଖଡ଼ିଆଳ ବିଡ଼ିଓ ମିଲନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, ଖଡିଆଳ ଏନ୍ ଏ ସି, ଇ ଓ ସ୍ଵାଧୀନ ମହାରଣା,ଡେପୁଟୀ କଲେକ୍ଟର ଚିନ୍ମୟ ସାଗର, ସୌରଭ କୁମାର ବିଶି, ଲଲାଟେନ୍ଦୁ ଦଣ୍ଡସେନା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।ଶିବିରରେ ଅସହାୟ ଇନ୍ଦ୍ରାଦି ନାଏକ, କୁବେରପତି ବାଗ , ବରପଦର ଓ ଉର୍ମିଳା ଜଗତ ଏବଂ ନନ୍ଦ ସୁନାନି, ଗୋଇମୁଣ୍ଡିଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ରେଡ୍ କ୍ରସ୍ ପାଣ୍ଠି ରୁ ତତ୍କାଳୀନ ସହାୟତା ଯୋଗାଇ ଦିଆଯାଇଥିଲା । ଶିବିର ଉପଲକ୍ଷେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଖଡିଆଳ ବ୍ଲକ୍ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଏହି ଅବସରରେ ଚନାବେଡା ପଞ୍ଚାୟତରେ ପରିବର୍ଦ୍ଧିତ ଜନ ଶୁଣାଣୀ ଶିବିର ଓ ପ୍ରାଣୀ ପାଇଁ ଦିନଟିଏ ଉପଲକ୍ଷେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default