ସୁନାବେଡ଼ା ଅଭୟାରଣ୍ୟରେ ହାତୀପଲ ଆତଙ୍କ

ଆଜତକ ଓଡ଼ିଶା
0

ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନବେଡ଼ା ଅଭୟାରଣ୍ୟ ରେ ହାତୀ ଆତଙ୍କ ଦେଖା ଦେଇଛି। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀଟି ଦିନରେ ଜଙ୍ଗଲକୁ ଚାଲିଯାଉଥିବା ବେଳେ ରାତିରେ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛି।ପ୍ରତିଦିନ ହାତୀ ଫସଲ ନଷ୍ଟ କରୁଛି । ଏପରିକି ରାତିରେ ଦାଥୁନାମା ଗ୍ରାମକୁ ହାତୀ ପଶି ୭ଟି ଘର ଭାଙ୍ଗିଦେଇଥିଲା। ଫଳରେ ୭ଟି ପରିବାର ଏବେ ବାସହୀନ ହୋଇପଡିଛନ୍ତି। ଖବର ପାଇ ସିଆରପିଏଫ ବାଟାଲିୟେନ ଓ କ୍ୟାମ୍ପର ଯବାନ ମାନେ ଘଟଣାସ୍ଥଳରେ ପହଞ୍ଚି ୭ ପରିବାରକୁ ସହଯୋଗ କରିଥିଲେ। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ମିଳିପାରିନାହିଁ । ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅଧିକ ସୂଚନା ପାଇଁ କୋମନା ବନ ବିଭାଗକୁ ଯୋଗାଯୋଗ କରାଯାଇଥିଲା ବେଳେ ସମ୍ପର୍କ ହୋଇପାରିନଥିଲା । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ସହ‌ୟତା ଯୋଗାଇ ଦେବା ପାଇଁ ଦାବି ହେଉଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default