ଶିଶୁ ବିକାଶ ବିଦ୍ୟାମନ୍ଦିରରେ “ସପ୍ତମ ବାର୍ଷିକ ଉତ୍ସବ ”ପାଳିତ ହୋଇଯାଇଛି
Sunday, February 15, 2026
0
ବାଲେଶ୍ୱର (ବ୍ୟୁରୋ) : ବାଲେଶ୍ୱର ସହରର ସହଦେବଖୁଣ୍ଟା ସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିରରେ "ସପ୍ତମ ବାର୍ଷିକ ଉତ୍ସବ” ଅତ୍ୟନ୍ତ ଆନନ୍ଦ, ସ୍ନେହ ଓ ଶ୍ରଦ୍ଧାଭରିତ ପରିବେଶରେ ପାଳିତ ହୋଇଯାଇଛି। ବାର୍ଷିକ ଉତ୍ସବଟ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜୀବନ ପ୍ରଦୀପ ଦାଶ ପୂର୍ବତନ ବିଧାୟକ ବାଲେଶ୍ଵର, ଶ୍ରୀଯୁକ୍ତ ଜଜ୍ଞେଶ୍ଵର ସୁନ୍ଦରାଏ ସଭାପତି ଶିଶୁ ସମୃଦ୍ଧି ଟ୍ରଷ୍ଟ ,ମୁକ୍ଷ ବକ୍ତା ଭାବରେ ଶ୍ରୀଯୁକ୍ତ କବି ପ୍ରଶାନ୍ତ ଦାସ, ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଏହି ଅଭିଭାଷଣରେ କବି ପ୍ରଶାନ୍ତ ଦାସ ଓ ଶ୍ରୀଯୁକ୍ତ ଜୀବନ ପ୍ରଦୀପ ଦାଶ ପିଲାମାନଙ୍କୁ ଓ ଅଭିଭାବକ ମାନଙ୍କୁ ସଂସ୍କରବନ୍ ପିଢ଼ି ଗଡିବା ପାଇଁ ସମାଜରେ ଶିଶୁ ବିକାଶ ବିଦ୍ୟା ମନ୍ଦିର ପରି ବିଦ୍ୟାଳୟର ଅବସକ୍ୟତ ଅଛି ବୋଲି ମତପ୍ରକାଶ କରିଥିଲେ । ଏଥିରେ "ଶିଶୁ ସମୃଦ୍ଧି ଟ୍ରଷ୍ଟ" ଦ୍ୱାରା ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ଶିଶୁ ସମୃଦ୍ଧି ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ,ସମାବର୍ତ୍ତନ ଉତ୍ସବ ସନ୍ଧ୍ୟା ୬ ଘଟିକା ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ବିଧାୟକ ବାଲେଶ୍ଵର, ଡ. ଭାସ୍କର ବେହେରା ପ୍ରଫେସର ଓ ଅଧ୍ଯକ୍ଷ ପିଜି କାଉନ୍ସିଲ୍, ଏଫ.ଏମ୍. ୟୁନିଭର୍ସିଟି,ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପ୍ରହରାଜ ଓ ସଭାପତି ଶ୍ରୀଯୁକ୍ତ ଚନ୍ଦନ କୁମାର ଗିରି ଉପଦେଷ୍ଟା ଅଶୋକ ପୁରୀ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ଵଳନ ପୂର୍ବକ ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ। ପିଲାମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ କରାଇଥିଲା। ସଭାର ସଂଚାଳନା କରିଥିଲେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ରଶ୍ମିକାନ୍ତ ପଣ୍ଡା। ଅତିଥି ମାନେ ତାଙ୍କ ଅଭିଭାଷଣରେ ଶିଶୁ ମାନଙ୍କର ଭବିଷ୍ୟତ ଗଠାନପାଇଁ ଏହି ବିଦ୍ୟାଳୟ ବଲେଶର ରେ ଏକ ଅନ୍ୟତମ ବିଦ୍ୟାଳୟ ଅହି ଭଳି ବିଦ୍ୟାଳୟରେ ଅଭିଭାବକ ମାନେ ପିଲାମାନଙ୍କୁ ପାଠ ପଢ଼ାୟେବ ଆବଶ୍ୟକ ବୋଲି ମତ ରଖିଥିଲେ। ଅହି ଅବସରରେ ସମାଜରେ କିଛି ବିଶିଷ୍ଟ ବ୍ୟକ୍ତି ଯଥା :- ଶ୍ରୀମାନ ପ୍ରଶାନ୍ତ କୁମାର ରାଉତ (ନୃତ୍ୟ ଶିକ୍ଷକ), ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା (ସମାଜସେବକ), ଶ୍ରୀଯୁକ୍ତ ବିଜିତ କୁମାର ପରିଡ଼ା(ସି.ଆର.ସିସି) ଶ୍ରୀମତୀ ସସ୍ମିତା ପଟ୍ଟନାୟକ ଲେଖିକା ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ଏହାପରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାରେ କୃତି ହୋଇଥିବା ଭାଇ ଓ ଭଉଣୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଭାଇ ଭଉଣୀ ମାନଙ୍କ ଦ୍ଵାରା ସଂଗୀତ, ନୃତ୍ୟ ଆଦି ପରିବେଷଣ ହୋଇଥିଲା। ଏଥିରେ ସମାଜକୁ ସୁନ୍ଦର ବାର୍ତ୍ତା ଦେବା ଭଳିଆ ନାଟକ ଯଥା "ବାଲ୍ୟ ବିବାହ", "SIR", "ବାଂଲାଦେଶରେ ହେଉଥିବା ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର" ଓ ଅନ୍ୟାନ୍ୟ ନୃତ୍ୟ,ସଂଗୀତ ପରିବେଷଣ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ଆଚାର୍ଯ୍ୟ ପ୍ରତିନିଧି ଶ୍ରୀମତୀ ଗାୟତ୍ରୀ ପ୍ରହରାଜ, ଆଚାର୍ଯ୍ୟା ଶିବାନୀ ଆଚାର୍ଯ୍ୟ, ରଞ୍ଜିତା ମଲ୍ଲିକ, ପୂର୍ଣ୍ଣିମା ପ୍ରଧାନ, ରଶ୍ମିତ। ପଣ୍ଡା, ଆଚାର୍ଯ୍ୟ ଦୟାନିଧି ବ୍ରହ୍ମ ଆଦି ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେଇଥିଲେ।



